ସନ୍ଷ୍ଟାର ଟିଭି ବ୍ୟୁରୋ
ବିହାର :ବିହାରର ନୂତନ ଶିକ୍ଷାମନ୍ତ୍ରୀ ମେୱାଲାଲ୍ ଚୌଧୁରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର ଦିନ ମେୱାଲାଲ୍ ଚୌଧୁରୀ ଶିକ୍ଷାମନ୍ତ୍ରୀ ପାଇଁ ଶପଥ ଗ୍ରହଣ କରିସାରିବା ପରେ ହିଁ ବିରୋଧି ଦଳ ରାଷ୍ଟ୍ରୀୟ ଜନତା ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ।
ଭାଗଲପୁର କୃଷି ବିଶ୍ବବିଦ୍ୟାଳୟରେ ଚୌଧୁରୀ କୁଳପତି ଥିବା ବେଳେ ସହକାରୀ ପ୍ରଧ୍ୟାପକ ଏବଂ କନିଷ୍ଠ ବୈଜ୍ଞାନିକ ପଦବୀ ନିଯୁକ୍ତିରେ ଅନିୟମିତତା ହୋଇଥିଲା ବୋଲି ରାଷ୍ଟ୍ରୀୟ ଜନତା ଦଳ ଅଭିଯୋଗରେ ଦର୍ଶାଇ ଥିଲା।
ବିହାରର ରାଜ୍ୟପାଳ ଫଗୁ ଚୌହାନଙ୍କ ଠାରୁ ଅନୁମତି ମିଳିବା ପରେ ‘ଜେଡି(ୟୁ)’ର ତାରପୁର ବିଧାୟକ ଚୌଧୁରୀଙ୍କ ନାମରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା। କିନ୍ତୁ, ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଏର ହୋଇନାହିଁ।
‘ଆର୍ଜେଡି’ ନେତା ତେଜସ୍ବୀ ଯାଦବ କହିଥିଲେ, ଏକ କୃଷି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଏବଂ ପ୍ରଥମଥର ମନ୍ତ୍ରୀ ହୋଇଥିବା ଚୌଧୁରୀ ଭାରତୀୟ ପିଙ୍ଗଳ କୋଡ୍ର ‘ଧାରା ୪୨୦’ରେ ଠକାମି ଓ ଅସାଧୁତା ଏବଂ ‘ଧାରା ୧୨୦ ଖ’ରେ ଅପରାଧିକ ଷଡ଼ଯନ୍ତ୍ର ସମେତ ବହୁ ସାଙ୍ଘାତିକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।
ଟୁଇଟ୍ କରି ତେଜସ୍ବୀ ଲେଖିଥିଲେ, ଦୁର୍ନୀତି ଲାଗି କ’ଣ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେୱାଲାଲ୍ ଚୌଧୁରୀଙ୍କୁ ପୁରସ୍କୃତ କରି ଲୁଟ୍ କରିବାକୁ ସ୍ବାଧୀନତା ଦେଇଛନ୍ତି?
भ्रष्टाचार के अनेक मामलों के आरोपी बिहार के शिक्षा मंत्री मेवालाल चौधरी को राष्ट्रगान भी नहीं आता।
नीतीश कुमार जी शर्म बची है क्या? अंतरात्मा कहाँ डुबा दी? pic.twitter.com/vHYZ8oRUVZ
— Rashtriya Janata Dal (@RJDforIndia) November 18, 2020