ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କଟକରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ଧର୍ମାନୁଷ୍ଠାନ । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ କଟକ ମହାନଗର ନିଗମ (CMC) ଏଭଳି ନିଷ୍ପତ୍ତି ନେଇଛି । କେବଳ ସେବାୟତ ବା ଧର୍ମଯାଜକ ପୂଜାର୍ଚ୍ଚନା ବା ନୀତିକାନ୍ତି କରିପାରିବେ । ତେବେ ଆସନ୍ତା କାଲିଠୁ ଏହି ନିୟମ ଲାଗୁ କରାଯିବ ଓ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଏହି ନିୟମ ବଳବତ୍ତର ରହିବ ।ତେବେ ଏହା ପୂର୍ବରୁ ମଧ୍ୟ ବିଏମ୍ସି ପକ୍ଷରୁ ଭୁବନେଶ୍ଵରରେ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ସାଧାରଣ ଭକ୍ତ ପାଇଁ ବନ୍ଦ କରାଯାଇଥିଲା ।