ସନ୍ଷ୍ଟାର ଟିଭି ବ୍ୟୁରୋ
ଦେଶରେ କରୋନାର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହି ସମୟରେ ସଂକ୍ରମଣର ହାର ମଧ୍ୟ ଅଧିକ ରହିଛି । ସରକାର ଯେତେ କୋଭିଡ୍ କଟକଣା ମାନିବାକୁ ଲୋକମାନଙ୍କୁ ଅନୁରୋଧ କରୁଥିଲେ କରୋନା ସଂକ୍ରମଣ ସଂଖ୍ୟା କମିବାର ନାଁ ଧରୁନି । ପୂର୍ବ ଠାରୁ ଦ୍ୱିତୀୟ ଲହର କରୋନାର ଲକ୍ଷଣ ଅନେକାଂଶରେ ଭିନ୍ନ ରହିଛି ।
ତେବେ ଜାଣନ୍ତୁ କରୋନା ଭୂତାଣୁର ନୂଆ ଲକ୍ଷଣ ବିଷୟରେ…
କ୍ଲାନ୍ତ ଅନୁଭବ ଲାଗିବା- କରୋନା ହେଲେ ଅନେକ ରୋଗୀ ଦୁର୍ବଳ ତଥା କ୍ଲାନ୍ତ ଅନୁଭବ କରିଥାନ୍ତି ।
ବାନ୍ତି ଲାଗିବା- କୋଭିଡ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ବାନ୍ତି ଭଳି ଏକ ଲକ୍ଷଣ ଦେଖାଯାଉଛି ।
ଗଳା ଯନ୍ତ୍ରଣା – କରୋନା ହେଲେ ଗଳା କୁଣ୍ଡେଇ ହେବା, ଗଳା ଫୁଲିଯିବା କିମ୍ବା ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଉଛି । ସମଗ୍ର ବିଶ୍ୱରେ ପ୍ରାୟ ୫୨ ପ୍ରତିଶତ କରୋନା ରୋଗରେ ଗଳା ଯନ୍ତ୍ରଣା ପରି ଲକ୍ଷଣ ଦେଖାଯାଉଛି ।
ମୁଣ୍ଡ ବୁଲାଇବା- କୋଭିଡ ସଂକ୍ରମଣ ହେତୁ ମୁଣ୍ଡ ବୁଲାଇବା, ଥକାପଣ, ପାଟିରୁ ଲାଳ ନବାହାରିବା ଏବଂ ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅନେକ ଲୋକ ସୂଚନା ଦେଇଛନ୍ତି ।
ଆଣ୍ଠୁଗଣ୍ଠି ଯନ୍ତ୍ରଣା – କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନେକ ରୋଗୀଙ୍କ ଶରୀରରେ ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଉଛି ।
ଏହା ବ୍ୟତୀତ ଚର୍ମରେ ଦାଗ, ଜିଭରେ ଦାଗ, ପାଟିରେ ଘା’ କିମ୍ବା ମୁଣ୍ଡବିନ୍ଧିବା ଭଳି ସମସ୍ୟା ମଧ୍ୟ କୋଭିଡ-୧୯ର ଅନ୍ୟତମ ଲକ୍ଷଣ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତେବେ କରୋନା ହୋଇଥିଲେ ଭୟଭୀତ ନ ହୋଇ ସଚେତନ ହେବା ଉଚିତ୍ ।