ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ଅଣାୟତ୍ତ ସ୍ଥିତିକୁ ଗତି କରିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୪୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୨୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୮୭୧ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ରହିଛି ।
ତେବେ ସବୁଠୁ ଅଧିକ ଚିନ୍ତାର କାରଣ ସାଜିଛି ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲା । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୮୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଡା କଟକଣା ସତ୍ତ୍ଵେ ସଂକ୍ରମଣ ହାର ବଢିବାରେ ଲାଗିଛି । ତେବେ ୧୩ଟି ଜିଲ୍ଲାରେ ୧୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୪୩୭, କଳାହାଣ୍ଡିରୁ ୨୭୩, କଟକରୁ ୨୫୧, ସମ୍ବଲପୁରରୁ ୨୪୧ ଝାରସୁଗୁଡ଼ାରୁ ୨୩୧, ପୁରୀରୁ ୨୧୯, ବାଲେଶ୍ବରରୁ ୧୨୩, ବରଗଡ଼ରୁ ୧୭୮, ବଲାଙ୍ଗୀରରୁ ୧୬୮, ନବରଙ୍ଗପୁରରୁ ୧୨୭, ମୟୂରଭଞ୍ଜରରୁ ୧୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୭୨ହଜାର ୭୦୩ରେ ପହଞ୍ଚିଛି । ସେଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୬ହଜାର ୧୩୪ ସକ୍ରିୟ ଅଛନ୍ତି । ଏବେ ୨୪ ହଜାର ୫୬୮ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।