ସନ୍ଷ୍ଟାର ଟିଭି ବ୍ୟୁରୋ
ବେଳେବେଳେ ଅନ୍ଲାଇନ୍ରେ ଗୋଟିଏ ଜିନିଷ ଅର୍ଡର କରିଥିଲେ ଆଉ ଏକ ଜିନିଷ ପଳେଇ ଆସିଥାଏ । ତେବେ ଆପଣ କେବେ ଶୁଣିଛନ୍ତି କି ସେଓ ଅର୍ଡର କରିଥିବା ଗ୍ରାହକଙ୍କ ପାଖକୁ ଆଇଫୋନ୍ ଆସିବା । କିନ୍ତୁ ଏଥିରେ କମ୍ପାନୀର ମଧ୍ୟ କିଛି ଭୁଲ୍ ନଥିଲା । ଜାଣନ୍ତୁ ପୁରା ଘଟଣାଟି ।
ଇଂଲଣ୍ଡର Twickenham ରହୁଥିବା Nick James ନାମକ ଜଣେ ବ୍ୟକ୍ତି Tesco କମ୍ପାନୀରୁ ଗୋଟେ ବ୍ୟାଗ୍ ସେଓ ଅର୍ଡର କରିଥିଲେ । ତେବେ ଷ୍ଟାଫ୍ ଜଣଙ୍କ ତାଙ୍କୁ ଏକ ବ୍ୟାଗ୍ ଦେଇ ତା ମଧ୍ୟରେ ଏକ ସର୍ପ୍ରାଇଜ୍ ଅଛି ବୋଲି କହିଥିଲେ । ସେ ବ୍ୟାଗ୍ ଦେଖିବାରୁ ତା ମଧ୍ୟରେ ଏକ ଆଇଫୋନ୍ ଥିଲା । ଯାହାକୁ ଦେଖି ନିକ୍ଙ୍କର ଆଶ୍ଚର୍ଯ୍ୟର ସୀମା ରହିନଥିଲା । ପ୍ରକୃତରେ ଗୋଟିଏ ବ୍ୟାଗ୍ ସେଓ ଅର୍ଡର କରିବାରୁ ତାଙ୍କୁ ଫ୍ରିରେ ଆଇଫୋନ୍ ମିଳିଥିଲା । ଓ ଏହା ସହିତ ସେ ଅର୍ଡର କରିଥିବା ଏକ ବ୍ୟାଗ୍ ସେଓ ମଧ୍ୟ ମିଳିଥିଲା ।
ଯାହାକୁ ନିକ୍ ତାଙ୍କ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି ଓ ଟେସ୍କୋ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି ।