ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ପୁଅର ମୃତ୍ୟୁକୁ ୩ ଦିନ ନ ପୁରୁଣୁ ଆଖି ବୁଜିଛି ମାଆ । ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ଛିଡା ହୋଇଥିବା ଅଜିତ ମଙ୍ଗରାଜଙ୍କ ମୃତ୍ୟୁକୁ ମାତ୍ର ୩ ଦିନ ନପୁରୁଣୁ ତାଙ୍କ ମାଆ କ୍ଷେତ୍ରମଣି ମଙ୍ଗରାଜଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା ।
ତେବେ ୧୪ ଏପ୍ରିଲ ଦିନ ଅପୋଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଜିତ ମଙ୍ଗରାଜଙ୍କର ଦେହାନ୍ତ ହୋଇଥିଲା । ଗତ ୧୦ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କୋଭିଡ୍ ଆକ୍ରାନ୍ତ ହେବା ପରେ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟଲା୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଓ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ।