ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନରେ ଲଢୁଥିବା ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ଘଟିବା ପରେ ନିର୍ବାଚନ କମିଶନ ସୁଶିଲ୍ ଲୋହାନୀ ଉପନିର୍ବାଚନ ସ୍ଥଗିତ ରହିବା ନେଇ ବିଧିବିଦ୍ଧ ଭାବେ ଘୋଷଣା କରିଛନ୍ତି । ୧୭ ତାରିଖରେ ହେବାକୁ ଥିବା ନିର୍ବାଚନକୁ ବନ୍ଦ ରଖାଯାଇଛି । ତେବେ ପିପିଲି ଓ ଡେଲାଙ୍ଗରେ ନିର୍ବାଚନ ପ୍ରଚାର କାର୍ଯ୍ୟ ବନ୍ଦ ରହିଛି । ଓ ପିପିଲି ଓ ଡେଲାଙ୍ଗରେ ଦୁଃଖର ଛାୟା ଖେଳିଯାଇଛି ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତକୁ ନେଇ ଗଭୀର ଶୋକପ୍ରକାଶ କରିଛନ୍ତି । ଏହି ଦୁଃଖଦ ସମୟରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ପିପିଲି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
— Naveen Patnaik (@Naveen_Odisha) April 14, 2021