ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବାତିଲ ହେଲା CBSE ବୋର୍ଡ ପରୀକ୍ଷା । କରୋନା ସଂକ୍ରମଣ ହାର ବୃଦ୍ଧି ପାଉଥିବା ସମୟରେ ପରୀକ୍ଷା କରାଯିବା ନିରାପଦ ନୁହେଁ ବୋଲି ପରୀକ୍ଷାକୁ ବାତିଲ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ୍ ପୋଖରୀୟାଲ୍ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ବିଷୟରେ ବିଚାର ବିମର୍ଷ ହେବା ପରେ ଏହି ନିଷ୍ପତି ନିଆଯାଇଛି ବୋଲି ରମେଶ ପୋଖରୀୟାଲ ସୂଚନା ଦେଇଛନ୍ତି ।
ତେବେ ଏହି CBSE ଦଶମ ବୋର୍ଡ ପରୀକ୍ଷା ୪ ମେରୁ ଆରମ୍ଭ ହୋଇ ଜୁନ ୧୪ରେ ଶେଷ ହୋଇଥାନ୍ତା । ତେବେ ପରବର୍ତ୍ତି ପରିସ୍ଥିତିକୁ ଦେଖି ନିଷ୍ପତିରେ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ଦିଆଯାଇଛି । ପରୀକ୍ଷା ଆୟୋଜନ କରିବାର ୧୫ ଦିନ ପୂର୍ବରୁ ନୋଟିସ୍ ଜାରି କରାଯିବ ବୋଲି ଶିକ୍ଷାମନ୍ତ୍ରୀ ଟ୍ଵିଟ୍ ଯୋଗେ ସୂଚନା ଦେଇଛନ୍ତି । ତେବେ ଦଶମ ବୋର୍ଡ ପରୀକ୍ଷା ବାତିଲ କରାଯାଇଥିବା ବେଳେ ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
 
2. The Board Exams for Class Xth to be held from 4th May to June 14th, 2021 are hereby cancelled. The results of Class Xth Board will be prepared on the basis of an objective criterion to be developed by the Board.
— Dr. Ramesh Pokhriyal Nishank (@DrRPNishank) April 14, 2021
;