ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କ୍ରମାଗତ ଭାବେ ବଢି ଚାଲିଛି କରୋନା ସଂକ୍ରମଣ ହାର । ଆଜି ରାଜ୍ୟରେ ୨୦୦୦ ହଜାର ଅତିକ୍ରମ କରିଛି କରୋନା ସଂକ୍ରମଣ ସଂଖ୍ୟା । ୨୨୬୭ ରହିଛି କୋରନା ସଂକ୍ରମଣ ସଂଖ୍ୟା । ସେଥି ମଧ୍ୟରୁ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ୧୩୧୪ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୯୫୩ ରହିଛି । ତେବେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪୫୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୮ ସଂକ୍ରମିତ ଚିହ୍ନଟ ହୋଇ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା ।
ସେହିଭଳି ୫ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହିଛି । ନବରଙ୍ଗପୁର ଓ ନୂଆପଡାରେ ୧୦୪, ସମ୍ଵଲପୁର ଓ ବରଗଡରେ ୧୨୦, କଟକରେ ୧୧୭ ରହିଛି ।ତେବେ ରାଜ୍ୟରେ ସେହି ଆଜି ୩ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୧୯୩୩ରେ ପହଞ୍ଚିଛି ।