ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଚଳିତ ବର୍ଷ ମୌସୁମୀ ବର୍ଷାକୁ ନେଇ ଦେଶର ଅଗ୍ରଣୀ ପାଣିପାଗ ପୂର୍ବାନୁମାନ ଏବଂ କୃଷି ବିପଦ ସମାଧାନ କମ୍ପାନୀ ସ୍କାଏମେଟ୍ ପୂର୍ବାନୁମାନ କରିଛି । ଏହାର ଅନୁମାନ କ୍ରମେ ଚଳିତ ବର୍ଷ ଜୁନ୍ ପ୍ରଥମ ସପ୍ତାହରେ ଦେଶରେ ବର୍ଷା ଆରମ୍ଭ ହେବ । ଏହା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଜାରି ରହିବ । ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ 4 ମାସର ଅବଧି ପାଇଁ ଦୀର୍ଘ ଅବଧି ହାରାହାରି (LPA) 880.6 ମିମି ରହିଛି । ସ୍କାଏମେଟ୍ ଚଳିତ ବର୍ଷର ମୌସୁମୀକୁ ‘ସ୍ୱାଭାବିକ’ ବୋଲି ଆକଳନ କରିଛି । ଏହି ବର୍ଷା ଚାଷକାର୍ଯ୍ୟରେ କୃଷକମାନଙ୍କର ବେଶ୍ ସହାୟତା ହେବ ।
ଜୁଲାଇ ମାସରେ ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ଭଲ ବର୍ଷା ହେବ । ଅପରପକ୍ଷେ ନର୍ଥଓ୍ବେଷ୍ଟ ଓ କର୍ଣ୍ଣାଟକ ଭଳି ସ୍ଥାନରେ ସାମାନ୍ୟ କମ୍ ବର୍ଷା ହେବ । ସେପ୍ଟମ୍ବରରେ ମଧ୍ୟ ପ୍ରଦେଶ ଓ ପଶ୍ଚିମ ଅଞ୍ଚଳରେ ଭଲ ବର୍ଷା ହେବ ବୋଲି ଆକଳନ କରିଛି ସ୍କାଇମେଟ ପାଣିପାଗ କେନ୍ଦ୍ର ।