ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ୯୦ ଦଶକର ସବୁଠୁ ଲୋକପ୍ରିୟ ଟେଲିଭିଜନ ଶୋ’ ‘ଶକ୍ତିମାନ’କୁ ଆଜି ମଧ୍ୟ ସେହି ସମୟର ପିଲା ଏକ ଅଭୁଲା ସ୍ମୃତି ଭାବେ ମନେ ରଖିଛନ୍ତି । ତେବେ ଶକ୍ତିମାନ ଭାବେ ଅଭିନୟ କରିଥିବା ମୁକେଶ୍ ଖାନ୍ନା ଶକ୍ତିମାନ ସୁଟିଂ ସମୟରେ ତାଙ୍କ ସହ ଘଟିଥିବା ଏକ ଅଭୁଲା ଓ ଦୁଃଖଦ ଘଟଣା ବିଷୟରେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ମୁକେଶ ନିଜେ ଶୁଟିଂ ସମୟରେ ୧୦୦ ଫୁଟ ଉଚ୍ଚତାରୁ ଖସିଯିବା ଘଟଣା ବିଷୟରେ ସେ ନିଜେ ବର୍ଣ୍ଣନା କରିଛନ୍ତି ।
ସେ ଏକ ଭିଡିଓ ସେୟାର କରିଛନ୍ତି ଓ କ୍ୟାପସନ୍ରେ ଲେଖିଛନ୍ତି “ସେତେବେଳର ଶକ୍ତିମାନ ସୁଟିଂ ସମୟର ଏକ ସିକ୍ରେଟ୍ ସେୟାର କରୁଛି ।୧୦୦ ଫୁଟ୍ର ଉଚ୍ଚରୁ ବିନା କଣ୍ଟ୍ରୋଲରେ ତଳେ ପଡିଯାଇଥିଲି । କଣ ହେଲା, କେଉଁଠି ହେଲା, କାହିଁକି ହେଲା ଏହି ଭିଡିରେ ଦେଖନ୍ତୁ ।“
ମୁକେଶ ଖାନ୍ନା କହିଛନ୍ତି ଯେ ‘ଶକ୍ତିମାନ’ର ସୁଟିଂ ଶେଷ ହେବା ପରେ ଏକ ପରେ ମୁକେଶ ଖାନ୍ନାଙ୍କୁ ଏକ ପୋଗୋ ଚିପ୍ସ ବିଜ୍ଞାପନ ଶୁଟିଂ କରିବାର ଥିଲା । ଜଣାଶୁଣା ଷ୍ଟଣ୍ଟ ନିର୍ଦ୍ଦେଶକ ଶ୍ୟାମ କୌଶଲ ମଧ୍ୟ ଇଡିଙ୍କ ଷ୍ଟଣ୍ଟକୁ ନିର୍ଦ୍ଦେଶନା ଦେଉଥିଲେ । ମୋତେ ତାରରେ ବାନ୍ଧି ଦିଆଗଲା, ତା’ପରେ କ୍ରେନ୍ ଦ୍ୱାରା ଉପରକୁ ଟଣାଯାଉଥିଲା ଏବଂ ମୁଁ ପବନରେ ଥିଲି । ସଟ୍ ପରେ ମୋତେ ଅବତରଣ କରାଯାଉଥିଲା । ୬ଜଣ ବ୍ୟକ୍ତି ସେହି ତାରକୁ ଧରିଥିଲେ ଏବଂ ମୋତେ ଅବତରଣ କରାଉଥିଲେ । ମୁଁ ଏକ ସଟ୍ ପାଇଁ ରିହର୍ସାଲ୍ କରୁଥିଲି, ଉପରକୁ ଯାଇଥିଲି ଏବଂ ତଳକୁ ଓହ୍ଲାଇବା ପରିବର୍ତ୍ତେ ମୁଁ ତଳେ ପଡ଼ିଗଲି, ଫଳରେ ଗୋଡ ଭାଙ୍ଗି ଯାଇଥିଲା । ଏଥିପାଇଁ ଅନେକ ଦିନ ହ୍ୱିଲ ଚେୟାରରେ ରହିବାକୁ ପଡିଲା ।
୯୦ ଦଶକର ଯେତେବେଳେ ଟେକ୍ନୋଲୋଜି ଏତେ ବିକଶିତ ହୋଇନଥିଲା ସେହି ସମୟରେ ‘ଶକ୍ତିମାନ’ ପ୍ରଥମ କାଳ୍ପନିକ ସୁପରହିଟ୍ ସୋ ଥିଲା । ଯେକୌଣସି ସ୍ଥାନରେ ବି ଏହା ଉଡିକି ଯାଇପାରୁଥିଲା ଓ ପିଲାମାନଙ୍କର ସୁପରମ୍ୟାନ ଥିଲା ଶକ୍ତିମାନ ।