ସନ୍ଷ୍ଟାର ଟିଭି ବ୍ୟୁରୋ
(image courtesy of ajjtak )
କେନ୍ଦ୍ରାପଡ଼ା: ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ନର୍ସିଂହୋମ୍ରେ ଏକ ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ କରିଛି । ଶିଶୁଟିର ଗୋଟିଏ ଶରୀର ରହିଛି କିନ୍ତୁ ସେହି ଶରୀରରେ ଦୁଇଟି ମୁଣ୍ଡ ରହିଥିବା ବେଳେ ୩ଟି ହାତ, ୪ଟି ଆଖି ଓ ୪ଟି କାନ ରହିଛି । ଶିଶୁଟି ତାର ଦୁଇଟି ନାକରୁ ନିଃଶ୍ଵାସ ନେଉଛି ଓ ଦୁଇଟି ପାଟିରୁ ଖାଦ୍ୟ ମଧ୍ୟ ଖାଇପାରୁଛି । ଗତକାଲି ଦିନ ୧୧ଟାରେ ଶିଶୁଟି ଜନ୍ମ ହେବା ପରେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଶିଶୁଟିକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା ।
(image courtesy of ajjtak )
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା କଣୀ ଗାଁର ଉମାକାନ୍ତ ପରିଡ଼ାଙ୍କ ପତ୍ନୀ ଅମ୍ବିକା ଏହି ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । କଟକ ଶିଶୁ ଭବନରେ ଝିଅର ଚିକିତ୍ସା ଚାଲିଥିବା ବେଳେ ଶିଶୁଟିର ସ୍ଵାସ୍ଥ୍ୟାବସ୍ଥା ଠିକ୍ ରହିଛି । ତେବେ ଅଲ୍ଟ୍ରାସାଉଣ୍ଡ କରାଯିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ଶିଶୁଭବନର ଜଣେ ଡାକ୍ତର ସୂଚନା ଦେଇଛନ୍ତି ।