ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ବାଗଚୀ- ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଏବଂ ରିର୍ସଚ୍ଚ ଇନଷ୍ଟିଚ୍ୟୁଟ ନିର୍ମାଣ ଉପରେ ନିଷ୍ପତି ନିଆଯାଇଛି । କ୍ୟାନସର ହସ୍ପିଟାଲ ପାଇଁ ରାଜ୍ୟ ସରକାର ଭୁବନେଶ୍ବରରେ ୨୦ ଏକର ଜମି ପ୍ରଦାନ କରିବେ । ଓ ବାଗଚି ଦମ୍ପତ୍ତି ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ ୨୧୦ କୋଟି ଟଙ୍କା ପ୍ରଦାନ କରିବେ । ଏହା ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ପ୍ରାରମ୍ଭରେ ଏଥିରେ ୨୫୦ ଟି ବେଡ୍ ରହି କାର୍ଯ୍ୟକ୍ଷମ ହେବ । ପରେ ଏହା ୫୦୦ ବେଡକୁ ବୃଦ୍ଧି କରାଯିବ । ରୋଗୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ୨୫ ପ୍ରତିଶତ ବେଡ୍ ରହିବ ।