ସନ୍ଷ୍ଟାର ଟିଭି ବ୍ୟୁରୋ
ଗତକାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ନିର୍ବାଚନରେ ବିଜୟ ଲାଭ କରିଥିବାରୁ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଏହି ସମୟ ମଧ୍ୟରେ ମୋଦି ଏବଂ ବାଇଡେନଙ୍କ ଭିତରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଉଭୟ ଦୁଇ ଦେଶର ଗଣତାନ୍ତ୍ରିକ ପରମ୍ପରା ଉପରେ ଆଲୋଚନା କରିଥିଲେ। ଏହି ସମୟରେ ବାଇଡେନ ମୋଦିଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଭରସା ଦେଇଥିଲେ। ସେ କହିଥିଲେ ଯେ, ତାଙ୍କର କାର୍ଯ୍ୟକାଳରେ ଭାରତ ଓ ଆମେରିକାର ସମ୍ପର୍କ ଆହୁରି ନିବିଡ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରି କହିଛନ୍ତି ଯେ, ଏହି ସମୟରେ କରୋନା ଭାଇରସ୍, ଜଳବାୟୁ ପରିବର୍ତ୍ତନ, ଭାରତ ପ୍ରଶାନ୍ତ ମହାସାଗରରେ ସହଯୋଗ ଉପରେ ମଧ୍ୟ ଆଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ମୋଦି କହିଛନ୍ତି, ତାଙ୍କର ବିଜୟ ଭାରତ ଓ ଆମେରିକୀୟ ସମ୍ପ୍ରଦାୟ ପାଇଁ ଗୌରବ ଓ ପ୍ରେରଣାର କଥା।
Spoke to US President-elect @JoeBiden on phone to congratulate him. We reiterated our firm commitment to the Indo-US strategic partnership and discussed our shared priorities and concerns – Covid-19 pandemic, climate change, and cooperation in the Indo-Pacific Region.
— Narendra Modi (@narendramodi) November 17, 2020
I also conveyed warm congratulations for VP-elect @KamalaHarris. Her success is a matter of great pride and inspiration for members of the vibrant Indian-American community, who are a tremendous source of strength for Indo-US relations.
— Narendra Modi (@narendramodi) November 17, 2020