ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଭୂତାଣୁର କହର ଏବେ ସୁପ୍ରିମ କୋର୍ଟରେ ମଧ୍ୟ ଦେଖାଯାଇଛି । ସୁପ୍ରିମକୋର୍ଟର ୫୦% କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି । ପ୍ରାୟ ୪୪ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ସୁପ୍ରିମକୋର୍ଟର ପୁରା ପରିସରକୁ ସାନିଟାଇଜ୍ କରାଯାଇଛି ଓ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି । ଏହାକୁ ନେଇ କାର୍ଯ୍ୟରେ କୌଣସି ପ୍ରଭାବ ପଡିବନାହିଁ ବୋଲି ସୁପ୍ରିମକୋର୍ଟର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି । ଏଣିକି ଭିଡିଓ କନ୍ଫରେସିଙ୍ଗ୍ ମାଧ୍ୟମରେ ଶୁଣାଣି କରାଯିବ ।