ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବଲିଉଡ୍ର ହଟ୍ ଲେଡି ସନି ଲିଓନି ନିଜ ସ୍ଵାମୀ ଡେନିୟଲ୍ ସହ ପାଳନ କରିଛନ୍ତି ନିଜର ୧୦ତମ ବିବାହ ବାର୍ଷିକୀ ଉତ୍ସବ । ଏହି ଅବସରରେ ସନି ଲିଓନି ନିଜ ସ୍ଵାମୀଙ୍କ ପାଇଁ ପ୍ରେମ ଭରା ଏକ ସୁନ୍ଦର ନୋଟ୍ ସହିତ ଏକ ବ୍ରେସ୍ଲେଟ୍ ଗିଫ୍ଟ କରିଛନ୍ତି । ଯେଉଁଥିରେ ୧୦ ବର୍ଷ ଲେଖା ହୋଇଛି ।
ତେବେ ଏହି ମୌକାରେ ଡେନିୟଲ୍ ମଧ୍ୟ ସନିଙ୍କୁ ଏକ ଦାମି ଉପହାର ପ୍ରଦାନ କରିଛନ୍ତି । ସେ ସନିଙ୍କୁ ଏକ ସୁନ୍ଦର ହୀରାର ହାର ଗିଫ୍ଟ କରିଥିଲେ । ଏକ ଭିଡିଓ ବନାଇ ସେ ହାରକୁ ଦେଖାଇଛନ୍ତି ସନି । ସେ ସେହି ଭିଡିଓରେ ଡେନିୟଲ୍ଙ୍କୁ ଧନ୍ୟବାଦ ଜଣାଇବା ସହ ୧୦ ବର୍ଷର ବିବାହ ଓ ୧୩ ବର୍ଷ ସାଙ୍ଗ ହୋଇ ରହିବାର ଅନୁଭୂତି କହିଛନ୍ତି ।
ବଲିଉଡ୍ ଜଗତରେ ନିଜ ବୋଲ୍ଡ ଅନ୍ଦାଜ ପାଇଁ ସନି ଲିଓନି ବେଶ୍ ଚର୍ଚ୍ଚିତ । ସେ ବଲିଉଡ୍ର ଅନେକ ମୁଭିରେ ମଧ୍ୟ ନଜର ଆସିଛନ୍ତି । ରାଗିଣା ଏମ୍ଏସ୍ଏସ୍ , ଓ୍ଵାନ ନାଇଟ୍ ଷ୍ଟାଣ୍ଡ, ଜିସ୍ମ୍ ୨, କୁଛ୍ କୁଛ୍ ଲୋଚା ହେ, ଏକ୍ ପହେଲି ଲୀଲା ମୁଭିରେ ନଜର ଆସିଛନ୍ତି ।