ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବ୍ଲଡ୍ ଗ୍ରୁପ୍ ସାଧାରଣତଃ ୪ ପ୍ରକାର ହୋଇଥାଏ । A,B,AB,O । ଓ ଏହି ୪ ବ୍ଲଡ୍ ଗ୍ରୁପ୍ ମଧ୍ୟରେ କେବଳ O ବ୍ଲଡ ଗ୍ରୁପ୍ ୟୁନିଭର୍ସାଲ୍ ଡୋନର୍ ବା ସର୍ବଜନ ଦାତା ହୋଇଥାଏ । କାରଣ ଏହି ରକ୍ତ ବର୍ଗର ଲୋକମାନେ ସମସ୍ତ ରକ୍ତ ବର୍ଗର ଲୋକଙ୍କୁ ରକ୍ତ ଦେଇପାରିବେ । କିନ୍ତୁ କାନାଡା ବୈଜ୍ଞାନିକ ଏକ ନୂଆ ସଫଳତା ହାସଲ କରିଛନ୍ତି । ଯାହା ଫଳରେ କେବଳ O ନୁହେଁ ବର୍ତ୍ତମାନ A ବର୍ଗର ଲୋକ ମଧ୍ୟ ସମସ୍ତଙ୍କୁ ରକ୍ତ ଦେଇପାରିବେ । ବୈଜ୍ଞାନିକମାନଙ୍କ ଏହି ଉପଲବ୍ଧି ଫଳରେ ସାଧାରଣ ଲୋକଙ୍କ ପାଇଁ ବେଶ୍ ଲାଭଦାୟକ ହୋଇପାରିବ । ଯାହାଫଳରେ ଆଉ ରକ୍ତର ଅଭାବ ରହିବ ନାହିଁ ଓ ଲୋକମାନେ ସୁବିଧାରରେ ରକ୍ତ ପାଇପାରିବେ । ରକ୍ତ ଅଭାବ ଜନିତ ମୃତ୍ୟୁ ହାର ମଧ୍ୟ କମିବ ।
ବୈଜ୍ଞାନିକମାନେ ମଣିଷର ଅନ୍ତନଳୀ (Gut) ରେ ଏଭଳି ମାଇକ୍ରୋବ୍ସ ଖୋଜି ଦୁଇ ପ୍ରକାର ଏଞ୍ଜାଇମ୍ ବାହାର କରିଛନ୍ତି । ଏହି ଏଞ୍ଜାଇମ୍ ସାହାଯ୍ୟରେ ବୈଜ୍ଞାନିକମାନେ A ରକ୍ତବର୍ଗକୁ ୟୁନିଭର୍ସାଲ ଡୋନରରେ ପରିବର୍ତ୍ତନ କରିଛନ୍ତି । ମେରିଲାଣ୍ଡ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ କ୍ଲିନିକାଲ ସେଣ୍ଟରର ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ଏକ୍ସପର୍ଟ ହାର୍ଭେ କ୍ଲେନ୍ କହିଛନ୍ତି, ଏହା ପ୍ରଥମ ଥର ପାଇଁ କରାଯାଉଛି । ଯଦି ଏହି ପକ୍ରିୟା ସଫଳ ହୁଏ ତେବେ ମେଡିକାଲ ସାଇନ୍ସ ପାଇଁ ଏହା ବଡ ପଦକ୍ଷେପ ହେବ ।
&nbs
A revolution in blood donation and transfusion may be on the horizon. That’s the goal of researchers studying a process that converts the common blood type A into a more universally accepted type. https://t.co/k6OaBVrWQF #WorldHealthDay
— AAAS (@aaas) April 7, 2021
;