ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତଥା ପ୍ରବାଦ ପୁରୁଷ ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ଏହି ପୁସ୍ତକର ପୂର୍ବରୁ ଓଡିଆ ସଂସ୍କରଣ ଥିଲା ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମହତାବଙ୍କ ପରି ବ୍ୟକ୍ତିତ୍ୱକୁ ପ୍ରଂଶସା କରିବା ସହ ଓଡିଶାର ଐତିହାସିକ କୀର୍ତ୍ତିରାଜି ବିଷୟରେ ମଧ୍ୟ କହିଥିଲେ ।ଓଡ଼ିଶାରେ ବିକାଶରେ ହରେକୃଷ୍ଣ ମହତାବଙ୍କ ଅବଦାନ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ । ସେହି ସମୟରେ ଓଡିଶାର ଆଦିବାସୀ ସଂପ୍ରଦାୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।