ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଦେଶର ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ସାଂଘାତିକ ରହିଛି । ଯଦିଓ ଓଡିଶାରେ କରୋନା ସ୍ଥିତି ଆୟତ୍ତରେ ରହିଛି ତଥାପି ପଡୋଶୀ ରାଜ୍ୟ ଯେପରିକି ଛତିଶଗଡ଼, ଆନ୍ଧ୍ରପ୍ରଦେଶରେ ସ୍ଥିତି ଉଦବେଗଜନକ ରହିଛି । ଯାହାକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠୁ ଛତିଶଗଡରୁ ଓଡିଶାକୁ ଆସୁଥିବା ଟ୍ରେନ୍ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରେଲୱେ ବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମାଙ୍କୁ ଚିଠି ଲେଖିଛନ୍ତି । ଟ୍ରେନରେ ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସୁଥିବା ଲୋକ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ କିମ୍ବା ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନର ପ୍ରମାଣପତ୍ର ରଖିବା ଆବଶ୍ୟକ । ଏହା ଭାରତୀୟ ରେଳବାଇ ସୁନିଶ୍ଚିତ କରିବା ଲାଗି ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ଏହି କଟକଣା ଏପ୍ରିଲ୍ ୧୦ ପରଠାରୁ ଛାଡ଼ିବାକୁ ଥିବା ସମସ୍ତ ଟ୍ରେନ୍ ପାଇଁ ଲାଗୁ ହେବ ।ଛତିଶଗଡ଼ରୁ ଛାଡ଼ୁଥିବା ଏବଂ ଛତିଶଗଡ଼ ସୀମା ଦେଇ ଓଡ଼ିଶା ଯାଉଥିବା ସମସ୍ତ ଟ୍ରେନକୁ ଏପ୍ରିଲ ୧୦ରୁ ବାତିଲ୍ କରାଯାଉ ।