ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଇପିଏଲ୍ରେ ରୋୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୁରୁ ଟିମ୍ ଉପରେ କରୋନାର କଳା ବାଦଲ ଘେରିଯାଇଛି । ମ୍ୟାଚ୍ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ପ୍ଲେୟାର କରୋନାରେ ଆକ୍ରାନ୍ତ ହେଉଛନ୍ତି । ଯାହାକୁ ନେଇ ଆର୍ସିବି ଅଧିନାୟକ ବିରାଟ୍ କୋହଲିଙ୍କ ଚିନ୍ତା ବଢିବାରେ ଲାଗିଛି । ଆର୍ସିବି ଖେଳାଳୀ ଡେନିୟଲ୍ ସାମ୍ସ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ସେ ଆଇସୋଲେସନରେ ରହିଛନ୍ତି ଓ ତାଙ୍କର ଚିକିତ୍ସା କରାଯାଉଛି । ତେବେ ଏହା ପୂର୍ବରୁ ମଧ୍ୟ ଟିମ୍ର ଆଉ ଏକ ପ୍ଲେୟାର ଦେବଦତ୍ତ ପାଡିକଲ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ତେବେ ଆର୍ସିବି ଟିମ୍କୁ ବାଦ୍ ଦେଲେ ଅନ୍ୟ ଟିମ୍ର ପ୍ଲେୟାରମାନେ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ନିତିଶ୍ ରାଣା, ଅକ୍ସର ପଟେଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆଇପିଏଲ୍ରେ ଖେଳିବାକୁ ଥିବା ଚାରି ଜଣ ଖେଳାଳୀ କରୋନା କବଳରେ କବଳିତ ।