ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହାରି ମଧ୍ୟରେ କରୋନା ମହାମାରୀକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କରୋନାକୁ ରୋକିବା ପାଇଁ ହେଲେ ଯାନବାହାନରେ ଯାଉଥିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଗାଡିରେ ଏକା ଗଲେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ଗାଡିକୁ ସର୍ବସାଧାରଣ ସ୍ଥାନ ଭାବେ ମାନି ମାସ୍କ ପରିଧାନ କରିବାକୁ ପଡିବ । ଏନେଇ ବିଚାରପତି ପ୍ରତିଭା ଏମ୍ ସିଂଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସୋମବାରଦିନ ମୌଖିକ ଭାବେ କହିଥିଲେ କି ‘ଯଦି ଆପଣ ଏକୁଟିଆ ଗାଡି ଚଳାଉଛନ୍ତି ତେବେ ମାସ୍କ ପିନ୍ଧିବାରେ ଅସୁବିଧା କେଉଁଠି’ ।
ସୂଚନା ଅନୁସାରେ, ଓକିଲ ସୌରଭ ଶର୍ମା ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ । ଯେଉଁଥିରେ ସେ ଅଭିଯୋଗ କରିଥିଲେ କି ୨୦୨୦ ସେପ୍ଟେମ୍ବର ୯ ତାରିଖରେ ସେ ଏକୁଟିଆ ଗାଡି ଚଳାଇ ଯାଉଥିବା ବେଳେ ମାସ୍କ ପିନ୍ଧି ନଥିବାରୁ ପୋଲିସ ୫୦୦ ଟଙ୍କାର ଏକ ଚାଲାଣ କାଟିଥିଲା । ଏହି ମାମଲାର ଶୁଣାଣି କରି ଆଜି ଦିଲ୍ଲୀ ହାଇକୋର୍ଟ ଏଭଳି ନିଷ୍ପତି ଶୁଣାଇଛନ୍ତି ।
ସେ ଆଉ ମଧ୍ୟ କହିଛନ୍ତି ଯେ ମାକ୍ସ ହେଉଛି ସୁରକ୍ଷା କବଚ । ଆପଣ ଯେତେବେଳେ ଟ୍ରାଫିକରେ ଗାଡି ରଖୁଛନ୍ତି ସେତେବେଳେ ଆପଣ ଗାଡିର ଡୋର ଖୋଲି ଭିଡ ଉପରେ ନଜର ରଖୁଛନ୍ତି । କରୋନାର ଦ୍ୱିତୀୟ ଲହର ଏଭଳି ଅବସ୍ଥାରେ ପହଂଚିଛି କି ସେତିକି ସମୟ ଭିତରେ ବି କରୋନା ଭୂତାଣୁ ଆପଣଙ୍କୁ ସଂକ୍ରମିତ କରିପାରେ । ତେଣୁ ଏକା ଯିବା ସମୟରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ ।