ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ରାଜ୍ୟରେ ୭୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫୯ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୩୩୨ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୪ ହଜାର ୬୪୭କୁ ଛୁଇଁଛି । ସେମାନଙ୍କ ମଧ୍ୟରୁ ୪୨୫୫ ଆକ୍ଟିଭ୍ କେସ୍ ରହିଛି । ଓ ମୃତ୍ୟୁ ସଂଖ୍ୟା ୨୬୬ରେ ପହଞ୍ଚିଛି ।
ତେବେ ରାଜ୍ୟର ସର୍ବାଧିକ ସଂକ୍ରମଣ ସଂଖ୍ୟା ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ୧୪୭ ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ମଧ୍ୟ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ରହିଛି । ଏଠାରେ ସଂକ୍ରମଣ ସଂଖ୍ୟା ୧୧୮ ରହିଛି । ୨୯ଟି ଜିଲ୍ଲାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।