ସନ୍ଷ୍ଟାର ଟିଭି ବ୍ୟୁରୋ
ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ଡିଜେଲ୍ ଦର ଆକାଶ ଛୁଆଁ ହେଲାଣି । ଏପରି ସମୟରେ ଗାଡି ଚଳାଇବା ମଧ୍ୟବିତ୍ତ ଶ୍ରେଣୀର ଗାଡି ଚାଳକଙ୍କ ପାଇଁ ଖୁବ୍ କଷ୍ଟକର ଅଟେ । ଏପରି ସମୟରେ ଟିକେ ସଚେତନ ହେଲେ ଆପଣ ଆପଣଙ୍କ ଯାନର ମାଇଲେଜ୍ ବଢାଇପାରିବେ । ଏହା ଦ୍ଵାରା ଆପଣଙ୍କର ଖର୍ଚ୍ଚ ଆହୁରି କମିଯିବ, ଇନ୍ଧନ ମଧ୍ୟ କମ୍ ଖର୍ଚ୍ଚ ହେବ। ତେବେ ଗାଡି ମାଇଲେଜ୍ ବୃଦ୍ଧି କରିବା ପାଇଁ ନଜର ପକାନ୍ତୁ କିଛି ଟିପ୍ସ ଉପରେ ।
- ସ୍ପିଡ୍ ଉପରେ ଦିଅନ୍ତୁ ଧ୍ୟାନ –
ଗାଡିର ମାଇଲେଜ୍ ବୃଦ୍ଧି କରିବା ପାଇଁ ଗୋଟିଏ ସ୍ପିଡରେ ଗାଡି ଚଲାନ୍ତୁ । ଗାଡିର ସ୍ପିଡ୍ ବାରମ୍ବାର ବଢାଇବା ଓ କମାଇବା କାର୍ଯ୍ୟ କଲେ ଗାଡି ମାଇଲେଜ୍ କମି ଯାଇଥାଏ। ଗାଡିର ମାଇଲେଜ୍ ସ୍ଥିର ରଖିବା ପାଇଁ ଆପଣଙ୍କୁ ଗୋଟିଏ ସ୍ପିଡରେ ଗାଡି ଚଳାଇବା ଉଚିତ୍ । - ଗିଅର ବଦଳାଇବାର ସମୟ ଉପରେ ରଖନ୍ତୁ ନଜର –
ମାନୁଆଲ ଟ୍ରାନ୍ସମିଶନ ଗାଡିରେ ପରାମର୍ଶ କରାଯାଇଥିବା ସ୍ପିଡରେ ଗିଅର ବଦଳାଇବା ଉଚିତ୍ । ଏବେ ଆସୁଥିବା କାର ଗୁଡିକରେ ଗିଅର ବଦଳାଇବା ପାଇଁ ଡିସପ୍ଲେ କରାଯାଇ ସୁନିଶ୍ଚିତ କରାଯାଉଛି । ସେହିପରି ପୁରୁଣା ଗାଡି ଗୁଡିକୁ ମଧ୍ୟ ଧ୍ୟାନ ସହକାରେ ଚଲାଇବା ଉଚିତ୍ । ଯେପରି ଏହାର ଇଞ୍ଜିନ୍ ଅନାବଶ୍ୟକ ଭାବେ ଶବ୍ଦ ନକରିବ । - ଟାୟାରରେ ପ୍ରେସର ସନ୍ତୁଳନ ରକ୍ଷା କରିବା ଉଚିତ୍–
ଗାଡିରେ ମାନ୍ୟୁଫାକ୍ଚର ଗାଇଡ ହିସାବରେ ପ୍ରେସର ରଖିବା ଉଚିତ୍ । ସପ୍ତାହରେ ଗୋଟିଏ ଥର ପ୍ରେସର ଚେକ୍ କରିବା ଉଚିତ୍ । ଗାଡିରେ ପ୍ରେସର ଠିକ୍ ପରିମାଣରେ ରହିବା ଦ୍ଵାରା ଅଧିକ ମାଇଲେଜ୍ ଦେଖାଏ । କମ୍ ପ୍ରେସର ରହିଲେ ମାଇଲେଜ୍ କମି ଯାଇଥାଏ । - ଟ୍ରାଫିକ୍ ସିଗନାଲରେ ଇଞ୍ଜିନ୍ ସ୍ଵିଚ୍ ବନ୍ଦ କରିବା ଉଚିତ୍–
ଟ୍ରାଫିକ୍ ସିଗନାଲରେ ରେଡ ଲାଇଟ୍ ହେଲେ ଗାଡି ଇଞ୍ଜିନକୁ ବନ୍ଦ କରିଦେବା ଉଚିତ୍ । ଯଦି ଟ୍ରାଫିକ୍ ସିଗନାଲ ୩୦ ସେକେଣ୍ଡରୁ ଅଧିକ ଥାଏ ତେବେ ଇଞ୍ଜିନ୍ ବନ୍ଦ କରିଦେବା ଉଚିତ୍ । ଟ୍ରାଫିକ୍ ସିଗନାଲରେ ଇଞ୍ଜିନ୍ ବନ୍ଦ କରିବା ଦ୍ଵାରା ଅଧିକ ଇନ୍ଧନ ବଞ୍ଚିଯିବ ଏପରିକି ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ ।
- ଟାୟାରରେ ପ୍ରେସର ସନ୍ତୁଳନ ରକ୍ଷା କରିବା ଉଚିତ୍–
ଗାଡିରେ ମାନ୍ୟୁଫାକ୍ଚର ଗାଇଡ ହିସାବରେ ପ୍ରେସର ରଖିବା ଉଚିତ୍ । ସପ୍ତାହରେ ଗୋଟିଏ ଥର ପ୍ରେସର ଚେକ୍ କରିବା ଉଚିତ୍ । ଗାଡିରେ ପ୍ରେସର ଠିକ୍ ପରିମାଣରେ ରହିବା ଦ୍ଵାରା ଅଧିକ ମାଇଲେଜ୍ ଦେଖାଏ । କମ୍ ପ୍ରେସର ରହିଲେ ମାଇଲେଜ୍ କମି ଯାଇଥାଏ । - ଆବଶ୍ୟକ ଥିଲେ ଏସି ଅନ୍ କରନ୍ତୁ–
କାରରେ ଆବଶ୍ୟକ ଥିଲେ ଏସି ଅନ୍ କରନ୍ତୁ। ଏହାଦ୍ଵାରା କାରରେ ଇନ୍ଧନ ବଞ୍ଚିଯିବ। - ଭଲ ଇନ୍ଧନ ଭରନ୍ତୁ–
କୌଣସି ଛୋଟ ଦୋକାନରୁ ତେଲ ପକାନ୍ତୁ ନାହିଁ। ଏହା ସୁଦ୍ଧ ହୋଇ ନଥାଏ । ପ୍ରାୟତଃ ସକାଳେ କିମ୍ଵା ସନ୍ଧ୍ୟା ବେଳେ ତେଲ ପକାନ୍ତୁ । ଏହି ସମୟରେ ତେଲ ଗାଢା ଥାଏ । - ଟ୍ରାଫିକ୍ ଆପର ବ୍ୟବହାର କରିବା ଉଚିତ୍–
ଟ୍ରାଫିକ୍ ଆପ ବ୍ୟବହାର କରିବା ଉଚିତ୍ । ଏହାଦ୍ଵାରା ଟ୍ରାଫିକ୍ ଥିବା ସଡକ ଗୁଡିକର ସ୍ଥିତି ବିଷୟରେ ଜାଣିପାରିବେ । ଏଥିରେ ଆପଣଙ୍କୁ ସର୍ଟକଟ୍ ଦେଖାଇବ। ଫଳରେ ଆପଣଙ୍କ ଇନ୍ଧନ ବଞ୍ଚିଯିବ । - ଠିକ୍ ସମୟରେ ସର୍ଭିସିଂ କରିବା ଜରୁରୀ–
ଯଦି ଆପଣଙ୍କ ବାହନର ଟିକ୍ ମାଇଲେଜ ରଖିବାକୁ ଚାହୁଁଛନ୍ତି ତେବେ ଏହାର ଇଞ୍ଜିନ୍, କ୍ଲଚ୍, ଗିୟର ଆଦି ପାର୍ଟ ଗୁଡିକ ଠିକ୍ ଭାବରେ କାମ କରୁଥିବା ଉଚିତ୍ । ଏଥି ପାଇଁ ଠିକ୍ ସମୟରେ ସର୍ଭିସିଂ କରି ନିଅନ୍ତୁ । ଧ୍ୟାନ ଦେବେ ସର୍ଭିସିଂ ସର୍ବଦା କୌଣସି ବିଶ୍ଵାସଯୋଗ୍ୟ ମେକାନିକ ଠାରୁ କରାଇବେ । ସମୟ ସମୟରେ ଗାଡିର ଇଞ୍ଜିନ୍ ଅଏଲ ପରିବର୍ତ୍ତନ କରିବେ । ପୁରୁଣା ଫିଲ୍ଟର ପରିବର୍ତ୍ତନ କରିବା ଦ୍ଵାରା ଗାଡିର ମାଇଲେଜ୍ ଅଧିକ ଦେଖାଏ ।