ସନ୍ଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ୬ଟି ଜିଲ୍ଲାରେ ବର୍ଷା ଘଡଘଡି ସହ ପବନ ବୋହିବା ନେଇ ସୂଚନା ଦିଆଯାଇଛି । ସେହି ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ । ଦିନବେଳା ଗ୍ରୀଷ୍ମ ପ୍ରବାହ ଜାରି ରହୁଥିବା ବେଳେ ଗତ କିଛିଦିନ ହେବ ଅପରାହ୍ନରେ କାଳବୈଶାଖୀ ହେଉଛି ।
ଗତ କିଛି ଦିନ ହେବ ରାଜ୍ୟରେ କାଳ ବୈଶାଖୀ ଜାରି ରହିଛି । ଦିନବେଳା ପ୍ରଚଣ୍ଡ ଖରା ହେଉଥିବାବେଳେ ଅପରାହ୍ନରେ କାଳବୈଶାଖୀ ଦେଖିବାକୁ ମିଳିଛି ।