ସନ୍ଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ସୋସିଆଲ୍ ମିଡିଆରେ ପୋଲିସ୍ବାବୁଙ୍କ ନାଗିନ୍ ଡ୍ୟାନ୍ସ ଭିଡିଓ ବେଶ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ଯେ, ହୋଲି ଅବସରରେ ଡ୍ୟୁଟିରେ ଥିବା ସମୟରେ ଦେହରେ ରଙ୍ଗ ବୋଳାବୋଳି ହୋଇ ନାଗିନ୍ ଡ୍ୟାନ୍ସରେ ନାଚୁଛନ୍ତି ପୋଲିସ୍ ବାବୁ ଓ ମ୍ୟାଡମମାନେ । ଏହି ଥାନା ଯାଜପୁର ଜିଲା ପାଣିକୋଇଲି ଥାନା ଭିତରର ଦୃଶ୍ୟ ବୋଲି କୁହାଯାଉଛି ।
ଥାନାର ଅଧିକାରୀମାନେ ବଲିଉଡ୍ ମୁଭି ‘ସିଷ୍ଟର ଶ୍ରିଦେବୀ’ ର ନାଗିନ୍ ଗୀତରେ ଖୁବ୍ ନାଚୁଛନ୍ତି । କୋଭିଡ୍ ସମୟରେ ପୋଲିସ୍ ବାବୁମାନଙ୍କ ଏପରି ହୋଲି ପାଳନ ଓ ନାଚ ଭିଡିଓ ସୋସିଆଲ୍ ଭିଡିଓରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।