ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ସାଧାରଣ ଜନତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ରେସିଡେଣ୍ଟ ସାର୍ଟିଫିକେଟ୍ ଆଦି ମିଳିବାର ସମୟସୀମାକୁ କମ୍ କରିଛନ୍ତି । ଏଣିକି ମାତ୍ର ୧୦ଦିନରେ ମିଳିବ ରେସିଡେଣ୍ଟ ଓ ଇନକମ୍ ସାର୍ଟିଫିକେଟ୍ । ପୂର୍ବରୁ ରେସିଡେଣ୍ଟ ଓ ଇନକମ୍ ସାର୍ଟିଫିକେଟ୍ ପାଇଁ ୧୫ ଦିନ ସମୟ ସୀମା ଧାର୍ଯ୍ୟ ହୋଇଥିଲା । ସେହିପରି ୧୫ ଦିନରେ ମିଳିବ ଏସସି,ଏସଟି,ଓବିସି ଏବଂ ଏସଇବିସି ପରି ଜାତିଗତ ପ୍ରମାଣପତ୍ର ବା କାଷ୍ଟ ସାର୍ଟିଫିକେଟ । ଯାହ ପୂର୍ବରୁ ୩୦ ଦିନରେ ମିଳୁଥିଲା । ତେବେ ଏହି ନିୟମକୁ ପାଳନ କରିବା ପାଇଁ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।