ସନ୍ଷ୍ଟାର ଟିଭି ବ୍ୟୁରୋ
ଛତିଶଗଡ: ଛତିଶଗଡ ମାଓବାଦୀ ଓ ଯବାନ ଆକ୍ରମଣ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆକ୍ରମଣ ସମୟରେ ନିଖୋଜ ଯବାନଙ୍କୁ ମାଓବାଦୀମାନେ କବ୍ଜା କରିଥିବା ନେଇ ମାଓ ସଂଗଠନ ସ୍ପଷ୍ଟ କରିଛନ୍ତି । ଗତ ୩ ଦିନ ହେଲା ଯବାନ କବଜା କରି ରଖିଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ ଯୋଗେ ମାଓବାଦୀ ସୂଚନା ଦେଇଛନ୍ତି । ତେବେ କବଜାରେ ଥିବା ଯବାନଙ୍କ ନାଁ ରାକେଶ୍ୱର ସିଂ ମନହସ । ୨୧୦ କୋବ୍ରା ବାଟାଲିୟନର ଯବାନ ଅଟନ୍ତି ରାକେଶ୍ୱର । ଯବାନ ମାଓବାଦୀଙ୍କ ପାଖେ ସୁରକ୍ଷିତ ଥିବା କହିଛି ମାଓ ସଙ୍ଗଠନ ।ତେବେ ତାଙ୍କ ପରିବାର ଲୋକ ଏହା ଜାଣିବା ପରେ ତାଙ୍କୁ ମୁକୁଳାଇ ଆଣିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।