ସନ୍ଷ୍ଟାର ଟିଭି ବ୍ୟୁରୋ
କୋଟିଆ: ଓଡିଶା ଓ ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଅବସ୍ଥିତ ଥିବା କୋଟିଆକୁ ନେଇ ସୀମା ବିବାଦ ପୁଣିଥରେ ଆରମ୍ଭ ହୋଇଯାଇଛି । କୋଟିଆରେ ଗାଁ ନାମ ପରବର୍ତ୍ତନ କରି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଆନ୍ଧ୍ର । ତଲଗଂଜେଇପଦରକୁ ଗଂଜେଇଭାଦ୍ର ଭାବେ ନାମିତ କରି ସମିତି ସଭ୍ୟ ନିର୍ବାଚନ କରୁଛି ଆନ୍ଧ୍ର ।
ସେହିପରି ପାଟୁ ସିନାରୀ ପଞ୍ଚାୟତକୁ ପାଟୁ ଚିନ୍ନାରୁ, ଫଗୁଣ ସିନାରୀ ପଞ୍ଚାୟତକୁ ପଗଲୁ ଚିନ୍ନାରୁ ଓ ତନାମ ପଞ୍ଚାୟତକୁ ତନାମ ନାଁରେ ନାମିତ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ଲଢୁଛି । ଆସନ୍ତା ଏପ୍ରିଲ ୮ରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ, ୧୦ରେ ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ଗଂଜେଇଭଦ୍ର ପଞ୍ଚାୟତ ସମିତି ସଭ୍ୟ ପାଇଁ ଦୁଇ ଜଣ ପାର୍ଥୀ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିବାକୁ ଯାଉଛନ୍ତି । ସେମାନେ ହେଲେ ଧୂଳିପଦରର ଆପାଲାମା ମାଝୀ ଓ ଉପରସିବିର ମାରି ଡମ୍ବାଇ ପ୍ରତିଦ୍ୱନ୍ଦିତା । ସେହିପରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ମଧ୍ୟ ତିନିଜଣ ଲଢେଇ କରୁଛନ୍ତି ।
ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତ ଜାରି କରିଥିଲେ ଆନ୍ଧ୍ର ସରକାର । ଯାହାକୁ ନେଇ ଓଡିଶା ସରକାର ବିରୋଧ କରିଥିଲେ ଓ କୋର୍ଟର ଦ୍ଵାରସ୍ଥ ହୋଇଥିଲେ ।