ସନ୍ଷ୍ଟାର ଟିଭି ବ୍ୟୁରୋ
ଗଞ୍ଜାମ: ରାଜ୍ୟରେ କରୋନା କଟକଣାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଛି । ବିଭିନ୍ନ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି । ତେବେ ଏହାରି ମଧ୍ୟରେ ଆଜି ଗଞ୍ଜାମରେ ହେଉଥିବା ପ୍ରସିଦ୍ଧ ଦଣ୍ଡ ନୃତ୍ୟ ପାଇଁ କଟକଣା ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଦଣ୍ଡନାଚରେ ମାତ୍ର ୨୫ ଜଣ ଲୋକ ଉପସ୍ଥିତ ରହିପାରିବେ ବୋଲି ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିସହ ଜିଲ୍ଲାରେ ବର୍ତ୍ତମାନ ପାଇଁ କୌଣସି ପ୍ରକାର ରାତ୍ରୀକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିୟମ ଜାରି ହୋଇଛି ।
ଏଥି ସହ ତାରା ତାରିଣୀ ପୀଠରେ ଭକ୍ତମାନେ ମୁଣ୍ଡନ କରିପାରିବେ ମଧ୍ୟ କରିପାରିବେ ନାହିଁ । ଜିଲ୍ଲାର ଦୋକାନୀମାନେ କୋଭିଡ୍ ଗାଇଡଲାଇନର ପଞ୍ଚସୁତ୍ର ନିୟମ ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
Dandanach participation will be upto 25 persons only. No night cultural program.
Mundan will be not allowed at Maa Taratarini temple, or at downhill.
Shopkeepers have to follow Panchsutra guidelines for social distancing.
Stay home and be safe. @CMO_Odisha
— Collector & District Magistrate, Ganjam (@Ganjam_Admin) April 3, 2021