ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵ୍ର: ବିଧାନସଭାରେ ଅଧିବେଶନ ଚାଲିଥିବା ସମୟରେ ଆଜି ଏକ ଲଜ୍ୟାଜନକ ଦୃଶ୍ୟ ଦେଖିବାକୁ ମିଳିଛି । ବିଲ୍ ପାସ୍କୁ ବିରୋଧ କରି ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି ବିରୋଧି ଦଳ ନେତା । ସୂଚନା ଅନୁଯାୟୀ ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରିବାକୁ ଯାଇଁ ମୁଲତବି ପ୍ରସ୍ତାବ ଆଣିବାକୁ ବିରୋଧି ଦଳ ବାଚସ୍ପତିଙ୍କୁ କହିଥିଲେ । ବାଚସ୍ପତି ନଶୁଣିବାରୁ ତାଙ୍କ ଉପରକୁ ଚପଲ ଫୋପାଡିଥିଲେ ବିରୋଧି ଦଳ ନେତା । ଚପଲ ସହିତ ହେଡ୍ଫୋନ୍ ଓ କଲମ ମଧ୍ୟ ଫିଙ୍ଗିଥିଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ।
ତେବେ ବିଷ୍ଣୁ ସେଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥାକୁ ବାଚସ୍ପତି ପାଳନ କରୁନାହାନ୍ତି । ବିନା ଆଲୋଚନାରେ ବିଲ୍ ପାସ୍ କରାଯାଉଛି । କିନ୍ତୁ ମୁଁ ଚପଲ ଫିଙ୍ଗିନାହିଁ, ମୁଁ କଲମ ଓ ହେଡ୍ଫୋନ୍ ଫିଙ୍ଗିଛି । କେହି ନୂଆ ବିଧାୟକ ଏପରି କରିଛନ୍ତି । ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ ବୋଲି ନିଜ ସଫେଇ ସେ କହିଛନ୍ତି ।
ତେବେ ଏପରି ହୋ-ହାଲ୍ଲା ମଧ୍ୟରେ ବାଚସ୍ପତି ୪ ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ।