ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଫୋଟୋକୁ ନେଇ ଆପତ୍ତିଜନକ ମ୍ୟୁଜିକ୍ ଭିଡିଓ ବନାଇବା ଜଣେ ଯୁବତୀଙ୍କୁ ଖୁବ୍ ମହଙ୍ଗା ପଡିଛି । ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଭାବମୂତ୍ତିକୁ ପ୍ରଭାବିତ କରୁଥିବା ଓ ତାଙ୍କ ମାନହାନୀ କରୁଥିବାର ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ତେବେ ସେହି ୧୯ ବର୍ଷିୟା ବାଙ୍ଗଲାଦେଶୀୟ ଯୁବତୀ ଜଣଙ୍କ ହେଉଛନ୍ତି ରବିଉଲ ଇସଲାମ । ଗତ ବୁଧବାର ଦିନ ଜଣେ ଯୁବ ନେତାଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛନ୍ତି ବାଲାଂଦେଶ ପୋଲିସ । ରବିଉଲଙ୍କୁ ଡିଜିଟାଲ ସିକ୍ୟୁରିଟି ଆକ୍ଟ ଆଧାରରେ ଗିରଫ କରାଯାଇଛି ।
ଏନେଇ ସ୍ଥାନୀୟ ପୁଲିସ ମୁଖ୍ୟ ଅବଦ୍ଦୁଲା ଅଲ ମମୁନ କହିବା ଅନୁଯାୟୀ ରବିଉଲ ନିଜ ଫେସବୁକ ଟାଇମଲାଇନରେ ଏକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶେଖ୍ ହସିନାଙ୍କ ଫଟୋକୁ ନେଇ ଏକ ଆପତ୍ତିଜନକ ମ୍ୟୁଜିକାଲ୍ ଭିଡିଓ ପୋଷ୍ଟ କରିଥିଲେ । ତେଣୁ ରବିଉଲଙ୍କ ବିରୋଧରେ ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରୁଥିବା ଓ ମାନହାନୀ କରୁଥିବା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଆକ୍ଟରେ ଉକ୍ତ ଯୁବତୀଙ୍କୁ ୧୪ ବର୍ଷ ଯାଏଁ ଜେଲଦଣ୍ଡ ମଧ୍ୟ ହୋଇପାରେ ।