ସନ୍ଷ୍ଚାର ଟିଭି ବ୍ୟୁରୋ
ପୁରୀ: ପୁରୀ ମାଉସୀ ମା ମନ୍ଦିରରେ ଚୋରି ହୋଇଛି । କିଛିଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ପରେ ଆଜି ମାଉସୀମା ମନ୍ଦିରରୁ ଚୋରି ସମସ୍ତଙ୍କୁ ଚକିତ କରିଛି । ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ଲୁଟେରା ମାନେ ଲୁଟ କରିଛନ୍ତି । ମନ୍ଦିରର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟ ହୋଇଥିବା ଆଶଙ୍କା କରାଯାଇଛି । ସେପଟେ ଭିତର ଆଲମିରା ଭାଙ୍ଗି ମା’ଙ୍କ ରୂପା ଅଳଙ୍କାର ଓ ଦାତା ଦେଇଥିବା ଶାଢ଼ୀ ସବୁ ଚୋରି ହୋଇ ଯାଇଛି । କୁମ୍ଭାରପଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ତେବେ ଏହି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେ ଏହି ଘଟଣାକୁ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଏହି ଘଟଣାର ତଦନ୍ତ ପାଇଁ ଓ ଚୋରକୁ ଶୀଘ୍ର ଧରିବା ପାଇଁ ପୋଲିସ ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି । ମନ୍ଦିରର ସୁରକ୍ଷା ପାଇଁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉ ବୋଲି ସେ କହିଛନ୍ତି ।