ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍ ସର୍ଜରୀ ହେବାକୁ ଯାଉଛି । ଏହି ଅସ୍ତ୍ରୋପଚାର ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ କରିବେ ବୋଲି ସୂଚନା ମିଳିଛି । ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ ଏହି ଅସ୍ତ୍ରୋପଚାର ହେବ ।ତେବେ ଗତ ୨୬ ତାରିଖରେ ରାମନାଥ କୋବିନ୍ଦ ହଠାତ୍ ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ପ୍ରଥମେ ଦିଲ୍ଲୀର ଆର୍ମୀ ହସ୍ପିଟାଲ ଏହାପରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ଏମ୍ସ ଡାକ୍ତର ତାଙ୍କର ବାଇପାସ୍ ସର୍ଜରୀ ପାଇଁ ପରାମର୍ଶ ଦେଇଥିଲେ । ଆଜି ତାଙ୍କ ବାଇପାସ୍ ସର୍ଜରୀ କରାଯିବ ।