ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ୨୦୪୧ ଯାଏଁ କଟକ- ଭୁବନେଶ୍ଵରରେ ଗଡିବନି ମେଟ୍ରୋ ଟ୍ରେନ । ବିଧାନସଭାରେ ଆଜି ଅଧିବେଶନ ଚାଲିଥିବା ସମୟରେ ଏହି ବିବୃତ୍ତି ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । କଂଗ୍ରେସ ବିଧାୟକ ସୁରେଶ ରାଉତ୍ରାୟଙ୍କ ଟ୍ଵିନ ସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ ଉପରେ ପ୍ରଶ୍ନର ଉତ୍ତର ରଖିଥିଲେ ପ୍ରତାପ ଜେନା । ସେ କହିଥିଲେ ଯେ କଟକ- ଭୁବନେଶ୍ଵରରେ ମେଟ୍ରୋ ଟ୍ରେନ ଚାଲିବା ପ୍ରସ୍ତାବ ନାହିଁ । ବାଲାଜି ରେଲ୍ ଆଣ୍ଡ ରୋଡ ବର୍ଷାଲିକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା ।ଏଥିପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଟଙ୍କା ଦେଇଥିଲେ । କମ୍ପାନୀକୁ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ଦେଇଛନ୍ତି । ତେବେ ସର୍ଭେ ଅନୁସାରେ ଫିଜିବିଲିଟି ନଥିବାରୁ ଏହା ଆଗକୁ ବଢିପାରୁନି । କଟକରୁ ଚଣ୍ଡିଖୋଲ ଓ ଭୁବନେଶ୍ଵରରୁ ପୁରୀ ଯାଏଁ ସମ୍ପ୍ରସାରଣ ପ୍ରସ୍ତାବ ଦେବୁ । ପୁଣିଥରେ ସର୍ଭେ କରିବାକୁ କେନ୍ଦ୍ର ପାଖରେ ଦାବି କରିବୁ । ତେବେ ୨୦୪୧ ପର୍ଯ୍ୟନ୍ତ ଟ୍ଵିନସିଟିରେ ମେଟ୍ରୋ ଟ୍ରେନ ଚାଲିବା ଅସମ୍ଭବ ।