ସନଷ୍ଟାର ଟିଭି ବ୍ୟୁରୋ
ନ୍ୟୁୟର୍କ : ବଲିଉଡରୁ ହଲିଉଡ ସବୁଠି ନିଜ ଅଭିନୟର ଦକ୍ଷତା ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ
ନ୍ୟୁୟର୍କରେ ନିଜ ରେଷ୍ଟୁରାଣ୍ଟ ‘ସୋନା’ର ଶୁଭାରମ୍ଭ କରିଛନ୍ତି। ଅଭିନେତ୍ରୀ ରେଷ୍ଟୁରାଣ୍ଟର ଆନୁଷ୍ଠାନିକ ଉଦଘାଟନ ଘୋଷଣା କରି ରେଷ୍ଟୁରାଣ୍ଟରେ ପରଷା ଯାଇଥିବା ସୁସ୍ବାଦୁ ଭାରତୀୟ ବ୍ୟଞ୍ଜନର ଫଟୋ ସେୟାର କରିଛନ୍ତି। ଏହି ମେନୁରେ ଭାରତର ବିଭିନ୍ନ କୋଣର ପ୍ରସିଦ୍ଧ ଖାଦ୍ୟ ରହିଛି।
ଖାଦ୍ୟରେ ଦୋସା, ପକୋଡା, ନାନ୍, ଚଟଣୀ, ଡେଜର୍ଟ ଆଦି ସାମିଲ କରାଯାଇଛି। ଯାହାର ଫଟୋ ପ୍ରିୟଙ୍କା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି- ‘ଉତ୍ତମ ଭାରତୀୟ ଖାଦ୍ୟ ଖାଇବା ପାଇଁ ଯେଉଁ ଇଚ୍ଛା ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ଏହି ଭଲପାଇବାରେ ପରିଣତ ହୋଇଯାଇଛି ଏବଂ ମୁଁ ଆପଣ ସମସ୍ତଙ୍କୁ ଏଠାରେ ଏବଂ ନ୍ୟୁୟର୍କର ମଧ୍ୟଭାଗରେ ଭାରତର ଅନୁଭବ କରିବା ପାଇଁ ସ୍ୱାଗତ କରିବାକୁ ଚାହୁଁଛି ।’
ପ୍ରିୟଙ୍କା ଚୋପ୍ରା ରେଷ୍ଟୁରାଣ୍ଟ ଆରମ୍ଭ ବାବଦରେ ଲେଖିଥିଲେ ଯେ, ‘ସୋନା’ ମୋତେ ସେହି ସବୁ ଭାରତୀୟ ରାନ୍ଧଣା ବାବଦରେ ମନେପକାଇବ, ଯାହାକୁ ଖାଇ ମୁଁ ବଢିଛି ।