ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମାଲକାନଗିରି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହୋଇ ସୁଖ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଞ୍ଚଳର ବିକାଶ ସମ୍ପର୍କରେ ସମୀକ୍ଷା କରିଛନ୍ତି ନବୀନ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବାର୍ତ୍ତାଳପ କରି କହିଛନ୍ତି ଯେ, ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଏବେ ବିକାଶ ପଥରେ । ଏହା ସହ ସ୍ୱାଭିମାନ ଅଞ୍ଚଳମାସୀଙ୍କୁ ମୋବାଇଲ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ୯ଟି ପଞ୍ଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪-ଜି ମୋବାଇଲ ଫୋନ ବଣ୍ଟନ ହୋଇଛି । ଫଳରେ ପିଲାଏ ଅନଲାଇନରେ ପାଠ ପଢିବା ସହ ସରକାରୀ ଯୋଜନାର ଲାଭ ପାଇପାରିବେ।
ତେବେ ୨୦୧୮ରେ ଏଠାରେ ଗୁରୁପ୍ରିୟା ସେତୁର ଉଦଘାଟନ ହୋଇଥିଲା । କିଛି ବର୍ଷ ମଧ୍ୟରେ ଅଞ୍ଚଳରେ ଗମନାଗମନର ବ୍ୟବସ୍ଥା ସହ ଟେଲି କମ୍ୟୁନିକେସନର ବ୍ୟବସ୍ଥା କରିଛନ୍ତି ସରକାର। ସ୍ଥାନୀୟ ଅଞ୍ଚଳରେ ୧୪ଟି ନୂଆ ରାସ୍ତା ତିଆରି ନେଇ ଟେଣ୍ଡର ଦିଆଯାଇଥିବା ବେଳେ, ୭ଟି ରାସ୍ତାର କାର୍ଯ୍ୟ ଜାରି ରହିଛି ।ପୂର୍ବରୁ ଏହି ଅଞ୍ଚଳରେ ୨ଟି ଟେଲିଫୋନ ଟାଓ୍ୱାର ପ୍ରତିଷ୍ଠା ହୋଇଥିଲା ବର୍ତ୍ତମାନ ଆଉ ୩ଟି ଟେଲିଫୋନ ଟାଓ୍ୱାର ପ୍ରତିଷ୍ଠା କରିବା ନେଇ କହିଛନ୍ତି ସରକାର । ୨୦ କୋଟି ଟଙ୍କାରେ ମେଗା ଜଳ ଯୋଗାଣ ପ୍ରକଳ୍ପ ଯୋଜନୀ କାର୍ଯ୍ୟକାରୀ ହୋଇଛି । ସ୍ବାଭିମାନ ଅଞ୍ଚଳରେ ହଳଦୀ ଚାଷ ଭଲ ହେଉଥିବାରୁ ସେଠାରେ ହଳଦୀ ଚାଷ ମଧ୍ୟ ଉପରେ ଗୁରୁତ୍ବ ଦିଆଯିବ ।
ମାଓବାଦୀମାନଙ୍କୁ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭ କରି ଟେକ୍ନୋଲୋଜି ଆଦି ସବୁ କ୍ଷେତ୍ରରେ ସ୍ବାଭିମାନ ଅଞ୍ଚଳରେ ବିକାଶ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।