ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଗତକାଲି ରାତ୍ରି ସମୟରେ ମୁମ୍ବାଇର ଏକ କୋଭିଡ୍ ହସ୍ପିଟାଲ ରେ ଅଗ୍ନିକାଣ୍ଡ ଘଟିଛି । ମୁମ୍ବାଇର ଭାନ୍ଦୁପ ଅଞ୍ଚଳରେ ଡ୍ରିମ୍ ନାମକ ଏକ ମଲ୍ ର ତୃତୀୟ ମହଲାରେ ଥିବା ସନରାଇଜ ନାମକ ହସ୍ପିଟାଲ୍ରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ସମୟରେ ହସ୍ପିଟାଲରେ ୭୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ । ତୁରନ୍ତ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସମ୍ପ୍ରତି ଅଗ୍ନିକାଣ୍ଡଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୦ରେ ପହଞ୍ଚିଥିବା ଜଣାପଡ଼ିଛି।
ତେବେ ଏହି ନିଆଁ ଲିଭାଇବା ଲାଗି ଘଟଣାସ୍ଥଳରେ ପ୍ରାୟ ୨୩ଟି ଦମକଳବାହିନୀ ନିୟୋଜିତ ହୋଇଛନ୍ତି । କିନ୍ତୁ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।