ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଦେଶରେ କୋରୋନା ଭାଇରସ ମାମଲା ବୃଦ୍ଧି ଭିତରେ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି ପୁଞ୍ଜି ବଜାର କାରବାର । ଲଗାତାର 2 ଦିନ ଧରି ସେନସେକ୍ସ ଓ ନିଫ୍ଟି ହ୍ରାସ ଦ୍ବାରା ନିବେଶକ 7 ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା କ୍ଷତି ସହିଲେଣି ।
2 କାରବାର ଦିବସରେ ସେନସେକ୍ସ 1,611.32 ପଏଣ୍ଟ ହ୍ରାସ ହୋଇଛି । ସେନସେକ୍ସରେ ଜୋରଦାର କ୍ଷତି ମଧ୍ୟରେ ବିଏସଇ ସୂଚୀବଦ୍ଧ କମ୍ପାନୀର ବଜାର ପୁଞ୍ଜିକରଣ 2 କାରବାର ଦିବସରେ 7,00,591.47 କୋଟି ଟଙ୍କା ହ୍ରାସ ହୋଇ 1,98,75,470.43 କୋଟି ଟଙ୍କା ରହିଛି ।ସେନସେକ୍ସର କମ୍ପାନୀରେ ମାରୁତି ସୁଜୁକିର ସେୟାରରେ ସର୍ବାଧିକ ଅଧିକ 4 ପ୍ରତିଶତ ଖସିଛି । ଭାରତୀ ଏୟାରଟେଲ , ହିନ୍ଦୁସ୍ତାନ ୟୁନିଲିଭର, ଏନଟିପିସି, ବଜାଜ ଫାଇନାନ୍ସ, ଅଲ୍ଟ୍ରାଟେକ ସିମେଣ୍ଟ, ଓଏନଜିସି ଆଉ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ବି କ୍ଷତିରେ ରହିଛି ।ପ୍ରକାଶ ଯେ, ବିଏସଇର ବଜାର ପୁଞ୍ଜିକରଣ 2021 ଫେବୃଆରୀ 3 ରେ ପ୍ରଥମ ଥର 20,00,00 କୋଟି ଟଙ୍କାରୁ ତଳକୁ ଖସିଥିଲା । ତେବେ ଏବ 2 ଦିନରେ ବଜାର ପୁଞ୍ଜିକରଣ 5,000 କୋଟି ଟଙ୍କା ଖସିଛି ।