ସନ ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କିଛି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏପରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଆଉ ଏକ ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି ହୋଇଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନବରଙ୍ଗପୁରରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ରାତି ୮ ଟାରୁ ସକାଳ ୬ ଟା ଯାଏଁ ଏହି କର୍ଫ୍ୟୁ ଜାରି କରାଯିବ। ତେବେ ୨୫ ମାର୍ଚ୍ଚ ଅର୍ଥାତ କାଲି ଠୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଏହି ସମୟରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିବ । ଜରୁରୀ ସେବା ଗୁଡିକ ଚାଲୁ ରହିବ ।
ତେବେ ଏହା ପୂର୍ବରୁ ମାଲକାନଗିରି ଜିଲ୍ଲାରେ ମଧ୍ୟ ଗତ କାଲିଠୁ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।