ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କୋରାନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ତେବେ ମାର୍ଚ୍ଚ ୩୦ରୁ ଗଡ଼ିବ ପାସେଞ୍ଜର ଟ୍ରେନ୍ । ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ MEMU ଟ୍ରେନ୍ ଚଳାଚଳ କରିବ। ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍।
ଭୁବନେଶ୍ୱର-କେନ୍ଦୁଝରଗଡ଼ MEMU ଟ୍ରେନ୍ ମାର୍ଚ୍ଚ ୩୦ରୁ ଅପରାହ୍ଣ ୪ଟା ୩୫ରେ ଭୁବନେଶ୍ୱରରୁ ଛାଡ଼ି ରାତି ୯ଟା ୩୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ। କେନ୍ଦୁଝରଗଡ଼-ଭୁବନେଶ୍ୱର MEMU ଟ୍ରେନ୍ ସକାଳ ୬ଟା ୩୦ରେ କେନ୍ଦୁଝରଗଡ଼ରୁ ବାହାରି ଦିନ ୧୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ପୁରୀ-ଅନୁଗୁଳ MEMU ଏପ୍ରିଲ ୫ରୁ ଅପରାହ୍ଣ ୪ଟା ୪୫ରେ ପୁରୀରୁ ବାହାରି ରାତି ୯ଟା ୩୦ରେ ପହଞ୍ଚିବ। ଅନୁଗୁଳ-ପୁରୀ MEMU ସକାଳ ୫ଟା ୪୫ରେ ଅନୁଗୁଳରୁ ବାହାରି ସକାଳ ୧୦ଟା ୨୦ରେ ପୁରୀରେ ପହଞ୍ଚିବ।