ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଟିକାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଏଣିକି ୪୫ ବର୍ଷର ଲୋକଙ୍କୁ ବି ଦିଆଯିବ ଏହି ଟିକା। ଏପ୍ରିଲ ମାସ ପ୍ରଥମ ସପ୍ତାହରୁ ୪୫ ବର୍ଷିୟ ଲୋକଙ୍କୁ କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ କେବଳ ବହୁ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକଙ୍କୁ କରୋନା ଟିକା ଦିଆ ଯାଉଥିଲା । ଯେଉଁମାନଙ୍କ ବୟସ ୪୫ ବର୍ଷରୁ ଅଧିକ ସେମାନେ ନିଜର ନାମକୁ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ତେବେ କରୋନା ବଢୁଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।