ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣର ଦ୍ଵିତୀୟ ଲହର ଦେଖିବାକୁ ମିଳିଛି। ଓଡିଶାରେ ମଧ୍ୟ ଗତ ଦୁଇ ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରୋ ଲାଗିଛି। ଫଳରେ ଓଡିଶାକୁ ପୁଣି ଥରେ ଫେରିଛି ନାଇଟ୍ କର୍ଫ୍ୟୁ। ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି। ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଏହା ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଲାଗୁ ରହିବ। ଏ ନେଇ ସୋମବାର ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ।