ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: Dairy Milk ନିର୍ମାତାକାରୀ କମ୍ପାନୀ କ୍ୟାଡବରୀ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛି ସିବିଆଇ । ଏହି କମ୍ପାନୀ ବିରୋଧରେ ୨୪୦ କୋଟି ମୂଲ୍ୟର ଜାଲିଆତି ମାମଲା ରୁଜ୍ଜୁ କରିଛି ସିବିଆଇ । କ୍ୟାଡବରୀ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ୨୦୧୦ ମସିହାରୁ ଆମେରିକାର ସ୍ନାକ୍ସ କମ୍ପାନୀ ମାଣ୍ଡଲିଜ୍ର ଅଟେ । ସିବିଆଇ ଅନୁଯାୟୀ, କ୍ୟାଡବରୀ ଦୁର୍ନୀତି କରିଛି । କମ୍ପାନୀର କ୍ଷେତ୍ର ଭିତ୍ତିକ (ବାଡି, ହିମାଚଳ ପ୍ରଦେଶ)ରୁ ମିଳିବାକୁ ଥିବା ଟିକସର ନିୟମକୁ ଭୁଲ୍ ଭାବରେ ଅନୁସରଣ କରିଛି ଏବଂ ଟିକସ ଚୋରୀ କରିଛି ।
ନ୍ୟୁଜ୍ ଏଜେନ୍ସି ଆଇଏନ୍ଏସ୍ ଅନୁଯାୟୀ, ସୋଲାନ୍, ବାଡି, ପିଞ୍ଜୋର ଏବଂ ମୁମ୍ବାଇର ଦଶଟି ସ୍ଥାନରେ ସିବିଆଇ ଚଢାଉ କରିଛି । ସେଣ୍ଟ୍ରାଲ୍ ଏକ୍ସାଇଜ୍ ଅଧିକାରୀଙ୍କ ସହ ମିଶି କମ୍ପାନୀ ୨୪୧ କୋଟି ଟଙ୍କା ଟ୍ୟାକ୍ସ ଭାବରେ ଠକେଇ କରିଛି । ଏହି ଅନିୟମିତତା ମାମଲା ୨୦୦୯-୨୦୧୧ ମଧ୍ୟରେ ରିପୋର୍ଟ କରାଯାଉଛି । ପ୍ରାରମ୍ଭିକ ଅନୁସନ୍ଧାନ ପରେ ସିବିଆଇ ଏକ ଏଫ୍ଆଇଆର୍ ପଞ୍ଜିକରଣ କରିଛି । ଏହାର ଏଫଆଇଆରରେ ସିବିଆଇ କମ୍ପାନୀ ଉପରେ ଅନେକ ଅଭିଯୋଗ ଆଣିଛି ।
ଏହି ମାମଲାରେ ସିବିଆଇ ମଧ୍ୟ ୧୨ ଜଣଙ୍କୁ ଗିରଫ କରିଛି ।ତେବେ କ୍ୟାଡବରୀ କମ୍ପାନୀ ଏକ୍ସାଇଜ୍ ବିଭାଗର ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ଆଣିଛି ସିବିଆଇ ।