ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହୁନଥିବାରୁ ଏହାକୁ ପ୍ରତିବାଦ କରିବାକୁ ଯାଇ ବିଜେପି କର୍ମୀମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ଯାଉଛୁ ନାରାବାଜି ଦେଇ ଏକ ବିରାଟ ଶୋଭାଯାତ୍ରା କରି ନବୀନ ନିବାସ ଅଭିମୁଖେ ଆସିଥିଲେ । ନବୀନ ନିବାସରୁ ବାହାରି ଆସି ସେମାନଙ୍କୁ ଆଲୋଚନା କରିବାକୁ ନବୀନ ନିବାସକୁ ନିମନ୍ତ୍ରଣ କରିଥିଲେ । ଯାହା ପରେ ବିଜେପି ନେତାମାନେ ନବୀନ ନିବାସକୁ ଯାଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
ସୂଚନା ଅନୁସାରେ , ଗୃହରେ ଉପସ୍ଥିତ ନ ରହୁଥିବା ଯୋଗୁ ଗୃହ ମଧ୍ୟରେ ବିରୋଧି ଦଳ ନେତାମାନେ ହଟ୍ଟଗୋଳ କରିଥିଲେ । ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ତାଙ୍କୁ ଖୋଜିବା ପାଇଁ ବିଜେପି ନେତାମାନେ ହାତରେ ପ୍ଲାକାର୍ଡ ଧରି ବିଧାନସଭାରୁ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିଲେ । ତେବେ ନବୀନ ନିବାସ ଗେଟ୍ ବନ୍ଦ ରହିଥିବାରୁ ଗେଟ୍ ଆଗରେ ଧାରଣାରେ ବସିଥିଲେ ବିଜେପି କର୍ମୀ ।
ମାତ୍ର ବିଜେଡି ବିଧାୟକ ସମୀର ରଂଜନ ଦାସ ସେମାନଙ୍କୁ ନବୀନ ନିବାସ ଭିତରକୁ ଆସିବାକୁ ବିନମ୍ର ଅନୁରୋଧ କରିଥିଲେ କିନ୍ତୁ ତାଙ୍କ କଥାକୁ ଶୁଣିନଥିଲେ ବିଜେପି ନେତାମାନେ । ତେବେ ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ବାହାରକୁ ଆସି ଆଲୋଚନା କରିବା ପାଇଁ ଭିତରକୁ ଆସିବା ପାଇଁ ସେମାନଙ୍କୁ ଅନୁରୋଧ କରିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ବିରୋଧି ଦଳ ନେତାମାନେ ଭିତରକୁ ଯାଇଁ ଆଲୋଚନା କରିଥିଲେ । ତେବେ ଧାରଣାରେ ବସିଥିବା ବିରୋଧିଙ୍କୁ ସମ୍ମାନର ସହ ନିଜ ନିବାସ ଭିତରକୁ ପାଛୋଟି ନେବାକୁ ନିଜେ ରାସ୍ତାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଯାହା ରାଜନୀତି ଇତିହାସରେ ପ୍ରଥମ ଘଟଣା ପରି ମନେ ହେଉଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପୁଣି ଏକ ନମ୍ବର ହେବାର ପ୍ରମାଣ ଦେଇଛନ୍ତି ।