ସନଷ୍ଟାର ଟିଭି ବ୍ୟୁରୋ;
କଟକ; ପୁଣି ଶାଶୁଘର ଲୋକଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶାଶୁଘର ଲୋକେ ଜାଣିଶୁଣି ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଏମ୍ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ବର୍ଷା କହିଛନ୍ତି ପାଣି, ବିଦ୍ୟୁତ ପରି ମୌଳିକ ସୁବିଧାରୁ ତାଙ୍କୁ ବଞ୍ଚିତ କରାଯାଉଛି। ବେଡ୍ ରୁମ୍ର ଏସି, ଇନ୍ଭର୍ଟର ଜାଣିଶୁଣି ଠିକ୍ କରୁନାହାନ୍ତି। ରୋଷେଇ ଘର ଆକ୍ୱାଗାର୍ଡକୁ ବନ୍ଦ କରିଦେଉଛନ୍ତି। ରୁମ୍ରୁ ଟିଭି କାଢି ନେଇଛନ୍ତି। ୬ ମାସ ହେଲା ମୋ ଘର ଲୋକେ ଖାଇବା ପଠାଉଛନ୍ତି, ଦୁଃଖ କଷ୍ଟରେ ମୋ ଦିନ କଟୁଛି। ମୋ ଦୁଃଖ ଅବର୍ଣ୍ଣନୀୟ ବୋଲି ସେ କହିଛନ୍ତି। ଏହାପୂର୍ବରୁ ୪ଥର ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବର୍ଷା।ମୋ ଦୁଃଖ ଅବର୍ଣ୍ଣନୀୟ ବୋଲି କହିଛନ୍ତି ବର୍ଷା ।