ସନଷ୍ଟାର ଟିଭି ବ୍ୟୁରୋ
ଦୁବାଇ : ଆଇସିସି ପକ୍ଷରୁ ପ୍ରକାଶ ପାଇଛି ଦିନିକିଆ ଓ ଟି-୨୦ ର ମାନ୍ୟତା । ତେବେ ଉଭୟ ତାଲିକାର ପ୍ରଥମ ୧୦ଟି ସ୍ଥାନରେ ଦୁଇଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଅଛନ୍ତି ।ଭାରତୀୟ ଦଲର ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ୨ୟ ସ୍ଥାନରେ ଭାରତର ଓପନର ରୋହିତ ଶର୍ମା ଅଛନ୍ତି । ୩ୟ ସ୍ଥାନରେ ପାକିସ୍ତାନର ବାବର ଆଜମ ଓ ୪ର୍ଥରେ ନ୍ୟୁଜିଲାଣ୍ଡର ରସ ଟେଲର ଅଛନ୍ତି । ୫ମରେ ଅଷ୍ଟ୍ରେଲିଆର ଆରନ ଫିଞ୍ଚ୍ ଅଛନ୍ତି ।
ଅନ୍ୟପକ୍ଷରେ ଟି-୨୦ରେ ଇଂଲାଣ୍ଡର ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ ବିଶ୍ବର ୧ ନଂ ବ୍ୟାଟ୍ସମ୍ୟାନର ମାନ୍ୟତା ପାଇଛନ୍ତି । ୨ୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍ ଓ ୩ୟ ସ୍ଥାନରେ ଅଛନ୍ତି ପାକିସ୍ତାନର ବାବର ଆଜମ । ୪ର୍ଥରେ ଅଛନ୍ତି ଭାରତର କେ.ଏଲ.ରାହୁଲ । ସେ ଗୋଟିଏ ପାହାଚ ତଳକୁ ଖସି ଏହି ସ୍ଥାନରେ ପହଞ୍ଚିଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଲିକାର ୫ମ ସ୍ଥାନରେ ଅଛନ୍ତି । ଏକମାତ୍ର ଭାରତୀୟ ଖେଳାଳୀ ଭାବେ ବିରାଟ କୋହଲି କ୍ରିକେଟର ୩ଟି ଫର୍ମାଟ ଏକଦିବସୀୟ, ଟି-୨୦ ଓ ଟେଷ୍ଟରେ ପ୍ରଥମ ୫ଟି ସ୍ଥାନ ମଧ୍ୟରେ ରହିଛନ୍ତି ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ବିଶ୍ବର ୧ ନଂ ଏକଦିବସୀୟ ବୋଲର ମାନ୍ୟତା ପାଇଛନ୍ତି । ୨ୟ ସ୍ଥାନରେ ଅଛନ୍ତି ଆଫଗାନିସ୍ତାନର ମୁଜିବୁର ରେହମାନ ଓ ୩ୟରେ ଭାରତର ଯଶପ୍ରିତ ବୁମରା ଅଛନ୍ତି ।