ସନଷ୍ଟାର ଟିଭି ବ୍ୟୁରୋ;

ନୂଆଦିଲ୍ଲୀ; ୧୭ ମାର୍ଚ୍ଚ ବୁଧବାର ନ୍ୟାସନାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍ ଇନସ୍ୟୁରାନ୍ସ ଏବଂ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ ସହିତ ସମସ୍ତ ଅଫିସ ବନ୍ଦ ରହିଛି। କମ୍ପାନୀଗୁଡ଼ିକର ପାଖାପାଖି ୭୫୦୦ ଶାଖାରେ କାର୍ଯ୍ୟରତ ୬୦ ହଜାରୁ ଉର୍ଦ୍ଧ୍ବ କର୍ମଚାରୀ ଧର୍ମଘଟରେ ସାମିଲ ହୋଇପାରନ୍ତି । ବ୍ୟାଙ୍କ ଦ୍ବାରା ଦୁଇ ଦିନିଆ ଷ୍ଟ୍ରାଇକ୍ କରାଯିବା ପରେ ଏଲଆଇସି କର୍ମଚାରୀ ଧର୍ମଘଟ ଡାକରା ଦେଇଛନ୍ତି। ବ୍ୟାଙ୍କ ଧର୍ମଘଟ ପରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି। ଏଥିରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଥିଲେ।
ଗତକାଲି ଅର୍ଥାତ୍ ଗୁରୁବାର ଷ୍ଟ୍ରାଇକ୍ କରିବେ ଜୀବନ ବୀମା କମ୍ପାନୀ (ଏଲଆଇସି) କର୍ମଚାରୀ।ବ୍ୟାଙ୍କ କର୍ମାଚରୀଙ୍କ ଦୁଇ ଦିନିଆ ଧର୍ମଘଟ ପରେ ଏବେ ପବ୍ଲିକ୍ ସେକ୍ଟରର ଜେନେରାଲ୍ ଇନସ୍ୟୁରାନ୍ସ ଏବଂ ଭାରତୀୟ ଜୀବନ ବୀମା କମ୍ପାନୀ (ଏଲଆଇସି) କର୍ମଚାରୀ ଧର୍ମଘଟ କରିବେ। ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀର ଘରୋଇକରଣ, ବୀମା କ୍ଷେତ୍ରରେ ଏଫଡିଆଇ ସୀମା ୭୪ ପ୍ରତିଶତ ବୃଦ୍ଧି ଏବଂ ଇନିସିଆଲ୍ ପବ୍ଲିକ୍ ଅଫର ଜରିଆରେ ଏଲଆଇସି ସେୟାର ବିନିଯୋଗ ବିରୋଧରେ ଏହି ଧର୍ମଘଟ ଡାକରା ଦିଆଯାଇଛି ବୋଲି ପିଏସୟୁ କମ୍ପାନୀ ସଂଗଠନ ନେତା କହିଛନ୍ତି।