ସନଷ୍ଚାର ଟିଭି ବ୍ୟୁରୋ
ଗାନ୍ଧୀନଗର: ଟି- ସାର୍ଟ ପିନ୍ଧି ଆସି ଥିବାରୁ ବିଧାନସଭାରୁ ବିଦା ହେବାକୁ ପଡ଼ିଛି ବିଧାୟକଙ୍କୁ । ଗୁଜୁରାଟର କଂଗ୍ରେସ ବିଧାୟକ ବିମଲ ଚୁଡାସାମା ସୋମବାର ଦିନ ଏକ ଏକ ଟି-ସାର୍ଟ ପରିଧାନ କରି ବିଧାନସଭାକୁ ଆସିଥିଲେ । ବିଧାୟକଙ୍କର ଏପରି ପୋଷାକ ପରିଧାନ ବିଧାନସଭା ଗୃହ ମଧ୍ୟରେ ଗ୍ରହଣ ଯୋଗ୍ୟ ନଥିବା ଦର୍ଶାଇ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ତାଙ୍କୁ ଗୃହ ମଧ୍ୟରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ, ବାଚସ୍ପତିଙ୍କର ଏ ନିର୍ଦ୍ଦେଶକୁ ବିରୋଧ କରିଥିଲେ କଂଗ୍ରେସ ବିଧାୟକ ଚୁଡ଼ାସାମା । ସେ କହିଥିଲେ ଯେ ବିଧାୟକମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ନିୟମ ନାହିଁ । ଚୁଡାସାମା ବାଚସ୍ପତିଙ୍କୁ କହଥିଲେ ଯେ ମୁଁ ଟି-ସାର୍ଟ ପିନ୍ଧି ଭୋଟ୍ ମାଗିଥିଲି ଏବଂ ନିର୍ବାଚନରେ ଜିତିଥିଲି । ଆପଣ ଏବେ ମୋର ଓ ମୋ ଭୋଟରମାନଙ୍କର ଅସମ୍ମାନ କରୁଛନ୍ତି । ଏହାପରେ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟରେ ଏକଜୁଟ ହୋଇ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରବା ସହ ହଟ୍ଟଗୋଳ କରିଥିଲେ । କିନ୍ତୁ, ବିଚସ୍ପତି ତାଙ୍କ ନିଷ୍ପତ୍ତିରେ ଅଟଳ ରହିବାରୁ କଂଗ୍ରେସ ବିଧାୟକ ଗୃହରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଥିଲେ । ଫଳରେ ବିଧାନସଭାର ମାର୍ଶଲଙ୍କୁ ଲଗାଇ ବାଚସ୍ପତି କଂଗ୍ରେସ ବିଧାୟକ ବିମଲ ଚୁଡାସାମାଙ୍କୁ ଗୃହରୁ ବିତାଡ଼ିତ କରିଥିଲେ ।