ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆଜି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ପାଳୁଛନ୍ତି ନିଜର ଆଜି ୨୮ ତମ ଜନ୍ମ ଦିବସ ।ତେବେ ନିର୍ଦ୍ଦେଶକ କରନ ଜୋହର ଆଲିଆଙ୍କ ଜନ୍ମଦିନ ପାର୍ଟି ଆୟୋଜନ କରିଛନ୍ତି । ଯେଉଁ ପାର୍ଟିରେ ଅନେକ ବଡ ବଡ ବଲିଉଡ୍ ଷ୍ଚାର ଯେପରିକି ଦୀପିକା ପାଦୁକୋନ ଓ ତାଙ୍କ ସ୍ଵାମୀ ରଣବୀର ସିଂହ, ଅର୍ଜୁନ କପୁର ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ୍ ମଲ୍ଲାଇକା ଅରୋରା, ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ପ୍ରମୁଖ ଯୋଗ ଦେଇଛନ୍ତି । ତେବେ ଏହି ପାର୍ଟିର ଫୋଟୋ ଆଲିଆଙ୍କ ଏକ ଫ୍ୟାନ ପେଜରେ ସେୟାର ହୋଇଛି । ତେବେ ଚଳିତ ବର୍ଷ ଆଲିଆଙ୍କ ଜନ୍ମଦିନରେ ତାଙ୍କର ବୟଫ୍ରେଣ୍ଡ ରଣବୀର କପୁର ଉପସ୍ଥିତ ରହିବେ ନାହିଁ ।କରୋନା ପଜିଟିଭି ଚିହ୍ନଟ ହେବା ପରେ ସେ ହୋମ କ୍ଵାରେଣ୍ଟାଇନରେ ଅଛନ୍ତି ।
ତେବେ ଆଲିଆ ନିଜ ଜନ୍ମଦିନରେ ଏକ କଳା ରଙ୍ଗର ଛୋଟ ସାଇନି ଡ୍ରେସ୍ ପିନ୍ଧିଛନ୍ତି ଯେଉଁଥିରେ ସେ ଖୁବ୍ ଆକର୍ଷଣୀୟ ଲାଗୁଛନ୍ତି । ଜନ୍ମଦିନ ଅବସରରେ ଆଲିଆଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ତେବେ ଆଲିଆ ୧୯୯୩ ମାର୍ଚ୍ଚ ୧୫ରେ ଜନ୍ମଗ୍ରହଣ କରିଥିଲେ। ମହେଶ ଭଟ୍ଟଙ୍କ ସାନ ଝିଅ ଆଲିଆ କରଣ ଜୋହାରଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ଇୟରରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଛନ୍ତି। ତାଜା ରିପୋର୍ଟ ଅନୁଯାୟୀ, ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତ୍ରୀ ତାଲିକାରେ ଆଲିଆ ରହିଛନ୍ତି। ଶୁଣିବାକୁ ମିଳେ ଆଜିଆ ଜଣେ ଭଲ ଅଭିନେତ୍ରୀ ସହ ଜଣେ ଭଲ ବିଜନେସ ପର୍ସନ ମଧ୍ୟ। ଫୋର୍ବସ ରିପୋର୍ଟ ଅନୁଯାୟୀ, ୨୦୧୯ରେ ଟପ୍ ୧୦୦ ଅଭିନେତ୍ରୀଙ୍କ ତାଲିକାରେ ଆଲିଆ ଭଟ୍ଟ ୮ ନମ୍ଵର ସ୍ଥାନରେ ରହିଥିଲା ।
ତେବେ ଆଲିଆ ଷ୍ଟୁଡେଣ୍ଟ ଅଫ ଦ ଇୟର, ରାଜି, ଡିୟର ଜିନ୍ଦେଗୀ, କଳଙ୍କ, ଗଲିବୟ, ଟୁ ଷ୍ଟେଟ୍ସ, ହାଇଓ୍ଵେ ଭଳି ଅନେକ ଫିଲ୍ମରେ ନଜର ଆସିଛନ୍ତି ।