ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ସାନିଟାଇଜର ପିଇବା ପରେ ଏହି ଘଟଣାକୁ ନେଇ ରାଜନୀତି ତୀବ୍ର ହୋଇଛି ।ଏହି ଘଟଣା ପାଇଁ ଶାସକ ଦଳ ନେତା ସୁବାସ ପାଣିଗ୍ରାହୀ ଭୁଲ୍ ମାଗିବା ଉଚିତ୍ ବୋଲି କହିବା ପରେ ବିରୋଧି ଦଳ ନେତା ମଧ୍ୟ ଏହାକୁ ବିରୋଧ କରିଛନ୍ତି । ବିରୋଧି ଦଳ ନେତା କହିଛନ୍ତି ଯେ ସୁବାସ ବାବୁ ଯାହା କରିଛନ୍ତି, କିଛି ଭୁଲ କରିନାହାନ୍ତି। ସେ କାହିଁକି କ୍ଷମା କରିବେ । ବରଂ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଟୋକନ୍ ଲାପ୍ସ ହୋଇଗଲା, ହେଲେ ଟୋକନ ଆଉ ଥରେ ରିଜେନେରେଟ୍ ହୋଇପାରିଲା ନାହିଁ କି ଧାନ ଉଠିଲା ନାହିଁ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆଉ ଏଥିପାଇଁ ନବୀନ ବାବୁ କ୍ଷମା ମାଗିବା ଉଚିତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ଆଉ ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପୁରୀ, ନୂଆପଡ଼ା ଓ ସୁନ୍ଦରଗଡ଼ ଯାଉଛନ୍ତି, କରୋନା ହେଉନି । କିନ୍ତୁ ବିଧାନସଭା ଆସିଲେ କରୋନା ହେଇଯିବ । କାହା ଘରେ ବସି ବିଧାନସଭା ଚାଲେନି ନୂଆପଡ଼ା ଗଲାବେଳେ ମନ୍ତ୍ରୀ ବାଟରେ ବରା ଖାଉଛନ୍ତି ,ସେଥିରେ କରୋନା ହେଲାନି । ଲୋକସେବା ଭବନରେ ବସି ରହୁଛନ୍ତି କିନ୍ତୁ ବିଧାନସଭା ଆସିଲେ ବାବୁଙ୍କୁ କରୋନା ହୋଇଯିବ ।
ଶାସକଦଳର ବିଧାୟକ ମାନେ ଜାଣିଶୁଣି ଗୃହକୁ ଚଳାଇ ଦେଉନାହାନ୍ତି । ମନ୍ତ୍ରୀମାନେ ୱେଲ ପରିସରକୁ ଚାଲି ଆସୁଛନ୍ତି । ବିରୋଧୀ ଦଳ ନୁହେଁ, ଶାସକ ଦଳର ନେତାମାନେ ହୋହାଲ୍ଲା କରୁଛନ୍ତି । ଗୃହ ସ୍ୱାଭାବିକ ଚାଲିପାରୁନି। କଣ୍ଟିଜେନ୍ସ ଫଣ୍ଡରୁ କାଳିଆ ଟଙ୍କା ବାଣ୍ଟିଛନ୍ତି, କିନ୍ତୁ ଚାଷୀଙ୍କ ଠାରୁ ଧାନ କିଣି ପାରୁ ନାହାନ୍ତି ସରକାର । ରାଜ୍ୟ ସରକାର କେବଳ ବାହାନା କରୁଛନ୍ତି । ନବୀନ ବାବୁ ଗୃହକୁ ଯେପରି ନଆସିପାରିବେ ସେ ଉଦ୍ଦେଶ୍ୟ ଦେଇ ଶାସକ ଦଳ ଏପରି କରୁଥିବା ଅଭିଯୋଗ ଆଣିଛନ୍ତି । ମନ୍ତ୍ରୀମାନେ କାହିଁକି ପ୍ରତିବାଦ କରି ଗୃହ ଭିତରକୁ ଯାଇଥିଲେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ କହିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିଜେପିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି ।